କେସିଙ୍ଗାରେ ୪ର୍ଥ ବାର୍ଷିକ ଶ୍ରୀରାମ ନବମୀ ପାଳିତ

କେସିଙ୍ଗା – ୭/୪ ଗତକାଲି ଶ୍ରୀରାମ ନବମୀ ତଥା ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ପାଳନ ଅବସରରେ କେସିଙ୍ଗା ଶ୍ରୀରାମ ଟୋଲି ସଂଗଠନ ତରଫରୁ ୪ର୍ଥ ବାର୍ଷିକ ଶ୍ରୀରାମ ନବମୀ ମହାଆଡମ୍ବରେ ପାଳିତ ହୋଇଯାଇଛି।

ଶ୍ରୀରାମ ନବମୀ ପାଳନ ଉପଲକ୍ଷେ ସନ୍ଧ୍ୟା ୫ଟାରେ ଆୟୋଜିତ କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିର ନିକଟରୁ ଶ୍ରୀରାମ ରଥ ସହର ପରିକ୍ରମା କରି ରାତି ୯ଟାରେ ଅମ୍ବାଜୀ ମନ୍ଦିର ନିକଟରେ ପହଞ୍ଚିଥିଲା। ଏହି ଅବସରରେ ବିଶେଷ ମନୋରଞ୍ଜନ କାର୍ଯ୍ୟକ୍ରମରେ ହରିୟାନାର ମୋଟା ହନୁମାନ ଓ ଅଘୋରୀମାନେ ଅଂଶ ଗ୍ରହଣ କରି ଭିନ୍ନ ଭିନ୍ନ ନୣତ୍ୟ ପରିବେଷଣ କରିଥିଲେ। ଏହି ଉପଲକ୍ଷେ ଛୋଟ ଛୋଟ ପିଲାମାନେ ଶ୍ରୀରାମ, ସୀତା, ଲକ୍ଷ୍ମଣ ଓ ହନୁମାନ ରୂପରେ ଲୋକମାନଙ୍କ ମନ ମୋହି ନେଇଥିଲେ। ଶ୍ରୀରାମ ରଥ ସହର ପରିକ୍ରମା ସମୟରେ ବିଭିନ୍ନ ସମାଜ ତରଫରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ସରବତ୍, ଆଇସକ୍ରିମ୍, ଥଣ୍ଡାପାନୀୟ ଓ ଚା, ଜଳଖିଆ ବଣ୍ଟନ କରାଯାଇଥିଲା। ଶ୍ରୀରାମ ରଥ ଅମ୍ବାଜୀ ମନ୍ଦିର ନିକଟରେ ପହଞ୍ଚିଲା ପରେ ପ୍ରାୟ ୬ ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ଖ୍ୟାଦ୍ୟପେୟରେ ଆପ୍ୟାୟିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ଶ୍ରୀରାମ ଟୋଲି ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *