କେସିଙ୍ଗା ଏନଏସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ

କେସିଙ୍ଗା-31/8 ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ, କେସିଙ୍ଗା ତରଫରୁ ସ୍ବାୟତ୍ତ ଶାସନ ଦିବସ ମହାଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ 8.30ରେ ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ପାରିଷଦ ବୣନ୍ଦ, ଏନଏସି କର୍ମଚାରୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସହର ପରିକ୍ରମା କରି ବିଭିନ୍ନ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଏହା ପରେ ପରେ ସହରର ବିଭିନ୍ନ ପ୍ରକଳ୍ପ ଗୁଡିକର ଉଦଘାଟନ କରାଯାଇଥିଲା। ଏହାପରେ ନଗରପାଳ ନୣପରାଜ ଯାଦବଙ୍କ ସଭାପତିତ୍ୱ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଯୁଗଳ ପୋଢ଼ ଓ ସମ୍ମାନିତ ଅତିଥି ଭାବରେ ଏଡିଏମ୍, କଳାହାଣ୍ଡି ତନ୍ମୟ କୁମାର ଦରଓ୍ବାନ, ଉପାଧ୍ୟାକ୍ଷା ସରସ୍ତତୀ ସାହା, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କ ସମେତ ସମସ୍ତ କାଉନସିଲର ବୣନ୍ଦ ଉପସ୍ଥିତ ଥିଲେ। ସଭା ଶେଷରେ ବିଭିନ୍ନ ପ୍ରତିଯୋଗୀତାର କୣତୀ ଛାତ୍ରଛାତ୍ରୀ ମାନଙ୍କୁ ନିମନ୍ତ୍ରିତ ଅତିଥି ମାନେ ପୁରସ୍କାର ବିତରଣ କରିବା ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *