
କେସିଙ୍ଗା-୨୩/୧୨ କେସିଙ୍ଗା ଏନ୍ଏସିରେ ଦୀର୍ଘଦିନ ହେଲା ତୋଷାମଦି କାରବାର ଚାଲିଥିବାରୁ କିଛି ଯୁବ ବର୍ଗ, ଗଣମାଧ୍ୟମ ପ୍ରତିନିଧି ଓ ସହରର ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୂଚନା ଯୋଗ୍ୟ, ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଓ କଳାହାଣ୍ଡି ଉତ୍ସବ ପାଳନ ଉପଲକ୍ଷେ ସିଟିଜେନ୍ କମିଟୀ ତରଫରୁ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସଚେତନ ନାଗରିକ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଡକାଯାଏ । କିନ୍ତୁ ଏହି ବୈଠକକୁ ଅଧିକାଂଶ ଆସନ୍ତି ନାହିଁଁ। କାରଣ ଏହି ସିଟିଜେନ୍ କମିଟୀ ଦୀର୍ଘବର୍ଷ ହେଲା କାର୍ଯ୍ୟ କରିଆସୁଛି। ମାତ୍ର ଯେଉଁମାନେ ବୈଠକକୁ ଆସିଥାନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ନିରବଦ୍ରଷ୍ଟା ସାଜିଥାନ୍ତି ତ ଆଉ କେତେଜଣ କିଛି ମତାମତ ଦେଇଥାନ୍ତି। କିନ୍ତୁ ବୈଠକ ଶେଷ ହେଲେ ଜଣଙ୍କର ମତକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟକାରୀ କରାଯାଇଥାଏ। ଉଦାହରଣ ସ୍ୱରୂପ ବିଭିନ୍ନ ସବ୍ କମିଟୀ ଗଠନ, କାହାକୁ ସମ୍ବର୍ଦ୍ଧନା ଦିଆଯିବ, କିଏ ଅତିଥି ହେବ, କେଉଁ ସ୍କୁଲକୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଭାବେ ପୁରସ୍କୃତ କରାଯିବ, କେଉଁ ସାଂସ୍କୃତିକ ଦଳ ଆଦି ଆସିବେ ତାହା ସବୁ ସେ ସ୍ଥିର କରିଥାନ୍ତି। ଏନ୍ଏସି କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନେ ତାଙ୍କ ଆଲୋକରେ ଆଲୋକିତ ହୋଇ ସବୁମାନି ନିଅନ୍ତି ଓ ଉତ୍ସବକୁ ସମାପନ କରିଥାନ୍ତି। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଏହି ସିଟିଜେନ୍ କମିଟୀ କ’ଣ ଆଜୀବନ ନା ଆଗାମୀ ଦିନରେ ପୁନଃର୍ଗଠନ ହେବ !