
କେସିଙ୍ଗା -୧୦/୪ : ଆଜି କେସିଙ୍ଗା ନଗର ଓ ବ୍ଲକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ସ୍ଥାନୀୟ ଏନ୍ଏସି ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବିଶାଳ ଜନସମାବେଶ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଜନସମାବେଶରେ ରାଜ୍ୟ ଗଣଶିକ୍ଷା, ଅନୁସୂଚିତ ଜାତି/ଜନଜାତି, ସଂଖ୍ୟାଲଘୁ, ଭିନ୍ନକ୍ଷମ ଶସକ୍ତିକରଣ, ପଛୁଆ ଶ୍ରେଣୀ ବିକାଶ ଓ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ରାଜ୍ୟସଭା ସାଂସଦ ସୁଜିତ କୁମାର, ଅନାମ ନାଏକ, ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ, ପୂବତନ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ବିଜେପି ସାଧାରଣ ସଂପାଦକ ସନ୍ତୋଷ ଦାଶ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କେସିଙ୍ଗା ନଗର ସଭାପତି ମଗନ ସିନ୍ଦୁର ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ମଞ୍ଚାସୀନ ଥିଲେ। ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଯୋଗ ଦେଇ ବିଜେପି ୯ ମାସ କାଳ ସରକାରରେ ରହିବା ସମୟରେ ବିଭିନ୍ନ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରିବା ସହ ବିକଶିତ ଓଡିଶା ଗଠନରେ ସରକାରଙ୍କ ଭୂମିକା ଉପରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ର ଦେବା ସହ ସନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଏହି ସଭାରେ ଅନ୍ୟତମ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ କୁମାର ଯୋଗଦେଇ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତ ଉପରେ କାର୍ଯ୍ୟକର୍ତ୍ତା ସହ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ସଭାର ପ୍ରାରମ୍ଭରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ପୋଢ଼ ନିମନ୍ତ୍ରିିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ସରକାରଙ୍କ ବିଭିନ୍ନ ଉନ୍ନୟନ ବିଷୟରେ କହିଥିଲେ। ଏହାପରେ କଶୣପଡା ଓ ବାଲସି ପଞ୍ଚାୟତର ସରପଞ୍ଚଙ୍କ ସହିତ ପ୍ରାୟ ୫୦ ଜଣ ବିଜେଡି ଓ କଂଗ୍ରେସ କର୍ମ ବିଜେପିରେ ମିଶିଥିଲେ। ଅନ୍ୟପକ୍ଷେ କଂଗ୍ରେସର ଜିଲ୍ଲା ସାଧାରଣ ସଂପାଦକ ତରୁଣ ସିଂଙ୍କ ସମେତ ତାଙ୍କ ସମର୍ଥକମାନେ କଂଗ୍ରେସ ଛାଡି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଜିଲ୍ଲା ସାଧାରଣ ସଂପାଦକ ଜୟଶଙ୍କର ନାଏକ ମଞ୍ଚ ପରିଚାଳନା କରିଥିଲା ବେଳେ ଶେଷରେ ସାଧାରଣ ସଂପାଦକ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।