କେସିଙ୍ଗା ପୋଲିସର ଅପରେସନ୍ଉ କବଚ, ମିଳିଲା ୧୦ ମୋବାଇଲ, ଫେରାଇଲେ ଉପଭୋକ୍ତାଙ୍କୁ

କେସିଙ୍ଗା ୨୨/୨ କେସିଙ୍ଗା ଆଦର୍ଶ ଥାନାର ପୋଲିସର ଉଦ୍ୟମ ଯୋଗୁଁ ୧୦ ଜଣ ଲୋକଙ୍କ ହଜି ଯାଇଥିବା ମୋବାଇଲ ମଳିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଗତ କିଛିଦିନ ତଳେ ଚୋରମାନେ ବିଭିନ୍ନ ଲୋକମାନଙ୍କ ମୋବାଇଲ ପର୍ଯ୍ୟାୟକ୍ରମେ ଚୋରୀ କରିଥିଲେ। ଏଣୁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ କେସିଙ୍ଗା ପୁଲିସ ତନାଘନା ଯାଞ୍ଚ କରି ଚୋରମାନଙ୍କ ଠାରୁ ୧୦ ଟି ମୋବାଇଲ ଜବତ କରିବା ସହିତ ଚୋରୀ ହୋଇଥିବା ଲୋକଙ୍କ ଆବଶ୍ୟକ କାଗଜପତ୍ର ଯାଞ୍ଚ କରି ସେମାନଙ୍କୁ ତାଙ୍କ ମୋବାଇଲ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *