କେସିଙ୍ଗା ବିଜେପି ପକ୍ଷରୁ ରାହୁଲ ଓ ଖଡେଗଙ୍କ କୁଶ ପୁତଳିକା ଦାହ

କେସିଙ୍ଗା-31/8 ବିହାରର ଦରଭଙ୍ଘା ଠାରେ ନିର୍ବାଚନ ପ୍ରଚାର ସମୟରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓ ଜାତୀୟ କଂଗ୍ରେସ ଦଳର ସଭାପତି ଶ୍ରୀ ଖଡଗେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ତାଙ୍କ ସ୍ବର୍ଗୀୟ ମାତାଙ୍କ ବିରୋଧରେ ଦେଇଥିବା ଅପମନ୍ତବ୍ୟ ବିରୁଦ୍ଧରେ ଆଜି କେସିଙ୍ଗା ନଗର ବିଜେପି ପକ୍ଷରୁ ଏହାର ପ୍ରତିବାଦରେ ଦୁଇ କଂଗ୍ରେସ ନେତାଙ୍କ କୁଶ ପୁତଳିକା ଦାହ କରିଥିଲେ। ଏହି ପ୍ରତିବାଦ ସଭାରେ କଂଗ୍ରେସ ବିରୁଦ୍ଧରେ ବିଭିନ୍ନ ନାରା ଦେଇ ଏଭଳି ହୀନ ରାଜନୀତିରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ। ଏହି ସଭାରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଜିଲ୍ଲା ବିଜେପି ସଭାପତି ଯୁଗଳ ପୋଢ, କେସିଙ୍ଗା ବ୍ଲକ ସଭାପତି ଚନ୍ଦନ ସେନାପତି, କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡା, ଜିଲ୍ଲା ବିଜେପି ସମ୍ପାଦକ ସନ୍ତୋଷ ଦାଶଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *