
କେସିଙ୍ଗା -୨୪/୪ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଡିଓ ଜନ୍ମଜେୟ ସ୍ବାଇଁଙ୍କ ପୌରହିତରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ସଭାରେ ସମ୍ମାନିତ ଅତିଥି ରୂପେ ଏବିଡିଓ ସିଦ୍ଧେଶ୍ବର ମେହେର, ତହସିଲଦାର ପ୍ରଶାନ୍ତି ପ୍ରଧାନ, ସିଡିପିଓ ସସ୍ମିତା ମିଶ୍ର ମଞ୍ଚାସୀନ ଥିଲେ। ଏଥିସହିତ ସମସ୍ତ କନିଷ୍ଠ ଯନ୍ତ୍ରୀ, ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ ଓ ମହିଳା ଗ୍ରୁପ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୣତୀ ପ୍ରତିଯୋଗୀମାନଙ୍କୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ସେନାପତି ପୁରସ୍କାର ବିତରଣ କରିଥିଲେ। ସ୍କୁଲର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗାତ ପରିବେଷଣ କରିଥିଲା ବେଳେ ଅନ୍ୟ ଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟମାନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ହିସାବରକ୍ଷକ ବିନାୟକ ବିଶ୍ବାଳ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ। ଶେଷରେ ପୁରୀ ବେଳାଭୂମିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ପଞ୍ଚାୟତିରାଜ ଦିବସକୁ ଉଦଘାଟନ କରିଥିଲେ।