
କେସିଙ୍ଗା- ୧୩/୧୨ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଥମେ ଅତିଥିମାନେ ଭୀମଭୋଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ପ୍ରଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କେସିଙ୍ଗା ବ୍ଲକ ବିଏସଏସଓ ଶ୍ରୀମନ୍ତ ବଡ଼ପଣ୍ଡା ଅତିଥି ମାନଙ୍କ ପରିଚୟ ଦେଲାପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ଏସ୍ ଏସ୍ ଓ ବୀରେନ୍ଦ୍ର କୁମାର କଅଁର, ବିଡ଼ିଓ ପଦ୍ମନାଭ ପୁରୋହିତ, ସମିତି ସଭ୍ୟ ପ୍ରତାପ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ। ଡିଏସଏସଓ ଶ୍ରୀ କଅଁର ପ୍ରଥମେ ଯୋଜନା ଗୁଡ଼ିକର ନାମ, ଯୋଗ୍ୟତା, ଆୟଗତ ଯୋଗ୍ୟତା, ସହାୟତା ରାଶି/ ଉପକରଣ, ଆବଶ୍ୟକ ନଥିପତ୍ର ସହ ଗ୍ରାମୀଣ ଆବାସ ଯୋଜନା, ମିଶନ କ୍ଷମତା, କୃତ୍ରିମ ଅଙ୍ଗ, ଯାତାୟାତ ପାଇଁ ବିଭିନ୍ନ ଯାନର ପାସ, ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ, କଳାହାଣ୍ଡିରେ ଶ୍ରବଣ ସାଧିତ ଓ ମାନସିକ ଅନଗ୍ରସର ବିଦ୍ୟାଳୟ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଉପସ୍ଥିତ କେସିଙ୍ଗା ବ୍ଲକ ଓ ଏନ୍ ଏ ସି ଭିନ୍ନକ୍ଷମ ମାନଙ୍କୁ ବୁଝାଇଥୂଲେ। ଅନ୍ୟତମ ଅତିଥି ବିଡ଼ିଓ ଶ୍ରୀ ପୁରୋହିତ ତାଙ୍କ ଅଭିଭାଷଣରେ ରାଜ୍ୟ ସରକାର ଭିନ୍ନକ୍ଷମଙ୍କ ପାଇଁ ବର୍ଷକୁ ୨ ଶିବିର ପାଇଁ ଆୟୋଜନ କରୁଥିବା ବେଳେ ଯାହାସବୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଆମେ ତାହାସବୁ ଭିନ୍ନକ୍ଷମ ମାନଙ୍କୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ବଦ୍ଧ। ବ୍ଲକ ଅଧ୍ୟକ୍ଷ ଶ୍ରୀ ସେନାପତି ତାଙ୍କ ଭାଷଣରେ ଦିବ୍ୟାଙ୍ଗ ଚିହ୍ନଟ, ସହାୟତା ରାଶି ଓ ଉପକରଣ, ପାସବହି ଏବଂ ବସ୍ ଓ ରେଳପାସ ଯୋଗାଇ ଦେବା ବିଷୟରେ କହଥିଲେ। ବିଏସଏସଓ ଶ୍ରୀ ବଡ଼ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ଜଣ ଭିନ୍ନକ୍ଷମମାନେ ରେଜିଷ୍ଟ୍ରେସନ କରିଥିଲା ବେଳେ ୬ ଜଣଙ୍କୁ ଟ୍ରାଇ ସାଇକେଲ, ୮ ଜଣଙ୍କୁ ହ୍ବୁଲି ଚେୟାର, ପ୍ରଦାନ କରାଯାଇଥିଲା। ୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଜାତୀୟ ସ୍କଲାରସିପ୍ ଏବଂ ୫ ଜଣ ଉଚ୍ଚ ମାଧ୍ୟମିକ ସ୍କଲାରସିପ୍ ପାଇଁ ଆବେଦନ କରିଥିବା ଜଣାଯାଇଛି। ଏଥିସହିତ ଯେଉଁ ଭିନ୍ନକ୍ଷମମାନେ ଆବାସ ଯୋଜନା ପାଇଁ ଇଚ୍ଛୁକ ଓ ଯୋଗ୍ୟ ବିବେଚିତ ସେମାନେ ଅନ୍ ଲାଇନ ମାଧ୍ୟମରେ ଆବେଦନ କରିପାରିବେ ବୋଲି ପରାମର୍ଶ ଦିଆଯାଇଥିଲା। ଏହାସହିତ ଡାକ୍ତରୀ ପରୀକ୍ଷା ପରେ ପୂରାତନ ଭିନ୍ନକ୍ଷମମାନଙ୍କୁ ହାତଲେଖା ସାର୍ଟିଫିକେଟ ବଦଳରେ ନୂତନ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।