କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ସ୍ଥଗିତ, ନିରାଶ ହୋଇ ଫେରିଲେ ସପକ୍ଷବାଦୀ

କେସିଙ୍ଗା- ତା ୧/୧୧ (ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନାମରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଜି ସ୍ଥଗିତ ରହିଛି। ଦୀର୍ଘ ୨୮ ଦିନ ଉପାଧକ୍ଷ୍ୟା ରାଜଲଷ୍ମୀ ପଟ୍ଟନାୟକ ଓ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଗୁପ୍ତା ବାସ ଥିଲେ । ଆଜି ଶୁକ୍ରବାର ଅନାସ୍ଥା ପ୍ରସ୍ତାବ ପାଇଁ ଆଲୋଚନା ଓ ଭୋଟିଂ ହେବାର ଥିଲା। ବ୍ଲକର ୧୮ଜଣ ସରପଞ୍ଚ, ୧୭ଜଣ ସମିତି ସଭ୍ୟ/ ସଭ୍ୟା ଓ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସହ ୩୬ଜଣ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ପହଞ୍ଚିଥିଲେ। ତେବେ ଘ୧୨. ୩୦ ମିରେ ଅନାସ୍ଥା ପ୍ରସ୍ତାବ ପାଇଁ ଗୁପ୍ତ ଭୋଟ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ପ୍ରାଧିକୃତ ଅଧିକାରୀ ଅତିରିକ୍ତ ଉପ ଜିଲାପାଳ ଜୟଦେବ ଦାଶ ଯୋଗ ଦେଇପାରିନ ଥିଲେ। ବ୍ଲକ ଉପାଧକ୍ଷ୍ୟା ରାଜଲଷ୍ମୀ ପଟ୍ଟନାୟକ ନେତୃତ୍ବରେ ୩୫ ଜଣ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ୨୮ ଦିନ ଧରି ଅଜ୍ଞାତବାସରେ ରହିଥିଲେ। କିନ୍ତୁ ଉପାଧକ୍ଷ୍ୟାଙ୍କ ସପକ୍ଷରେ ୩୭ଜଣ ସଦସ୍ୟଙ୍କ ଆବଶ୍ୟକତା ଥିବାବେଳେ ନର୍ଲା ବିଧାୟିକାଙ୍କ ସମେତ ୩୬ ଜଣ ଥିଲେ। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପ୍ରଶାନ୍ତୀ ପ୍ରଧାନ ତହସିଲଦାରଙ୍କୁ ପଚାରିବାରୁ ଅତିରିକ୍ତ ଜିଲାପାଳଙ୍କ ସ୍ତ୍ରୀ ଦେହ ଅସୁସ୍ଥ ଅଛି, ଆଇୟୁସିରେ ଭର୍ତ୍ତି ହୋଇଛନ୍ତି। ତେଣୁ ସେ ଆସିପାରିବେ ନାହିଁ। ଆଜି ସନ୍ଧ୍ୟାରେ ପୁଣି ନୋଟିସ ଜାରି କରାଯିବ ବୋଲି ତହସିଲଦାର କହିଥିଲେ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ବହୁ ସଂଖ୍ୟାରେ ପୋଲିସ ମୁତୟନ ଥିଲେ।
ତୁମେଶ୍ୱର ସାହୁ, ପ୍ରତିନିଧି, କେସିଙ୍ଗା

Leave a Reply

Your email address will not be published. Required fields are marked *