
କେସିଙ୍ଗା-୬/୩ ଆଜି କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଜନ୍ମେଜୟ ସ୍ବାଇଁ ଭାରପ୍ରାପ୍ତ ବିଡ଼ିଓ ସିଦ୍ଧେଶ୍ୱର ମେହେର ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବେ ଶ୍ରୀ ସ୍ବାଇଁ ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଜମି ଅଧିଗ୍ରହଣ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ମାଲକାନଗିରି ଜିଲ୍ଲା ମୋଟୁ ତହସିଲଦାର ଭାବେ ବଦଳି କରାଯାଇଥିଲା। ତେବେ ଶ୍ରୀ ସ୍ବାଇଁ ସେଠାରେ ଯୋଗ ନଦେଲା ପରେ ତାଙ୍କୁ କେସିଙ୍ଗା ବ୍ଲକ ବିଡ଼ିଓ ଭାବରେ ନିଯୁକ୍ତି ମିଳିଥିଲା। ତେଣୁ ଶ୍ରୀ ସ୍ବାଇଁ ଆଜି ଗୁରୁବାର ୧୧ ଟା ସମୟରେ କେସିଙ୍ଗା ବ୍ଲକ ବିଡ଼ିଓ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଭାରପ୍ରାପ୍ତ ବିଡ଼ିଓ ସିଦ୍ଧେଶ୍ୱର ମେହେର, ବ୍ଲକ ଫାଇନାନ୍ସ ଅଫିସର ଜୟକୃଷ୍ଣ ପଣ୍ଡା ଓ ଏଇଇ ସ୍ବୀକୃତା ନନ୍ଦ ବିଶ୍ବାଳ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ନୂତନ ବିଡ଼ିଓ ଶ୍ରୀ ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।