କେସିଙ୍ଗା ସିଏଚସିରେ ଚକ୍ଷୁ ଓ ଚର୍ମରୋଗ ଚିକିତ୍ସା ଶିବିର ଅନୁଷ୍ଠିତ

କେସିଙ୍ଗା- ତା ୨୪.୧୦ (ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଦ୍ୱାରା ଏକ ଚକ୍ଷୁ ଓ ଚର୍ମ ରୋଗୀର ଶିବିର ମେଡିକାଲ ଇନଚାର୍ଜ ଅଫିସର ଡା.ପ୍ରୟାଗ ପ୍ରତିଶ୍ରୁତି ମାଝୀଙ୍କ ନେତୃତ୍ବରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଡା. ଶାରଦା ମିଶ୍ର ଚର୍ମ ବିଶେଷଜ୍ଞ, ମେଡ଼ିକାଲ କଲେଜ ଭବାନୀପାଟଣା ଯୋଗ ଦେଇଥିଲେ। ଏହି ଶିବିରରେ ୫୧ ଜଣ ଚର୍ମ ରୋଗୀ ଓ ୬୫ ଜଣ ଚକ୍ଷୁ ରୋଗୀଙ୍କୁ ଚିକିତ୍ସା କରାଯାଇ ମାଗଣାରେ ଔଷଧ ଏବଂ ଚଷମା ପ୍ରଦାନ କରାଯାଇଥିଲା। ଏହି ଶିବିରକୁ ହିସାବ ରକ୍ଷକ ବିଶ୍ୱ ଭୂଷଣ ପ୍ରଧାନଙ୍କ ସମେତ ଗୋଷ୍ଠୀ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।
ତୁମେଶ୍ୱର ସାହୁ, ପ୍ରତିନିଧି, କେସିଙ୍ଗା


Leave a Reply

Your email address will not be published. Required fields are marked *