ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ଥୁ. ରାମପୁର -୧୧/୧୧ କଳାହାଣ୍ଡିରେ ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଅଧାବାଟରେ ଅଟକି ରହିଲା ଆମ୍ବୁଲାନ୍ସ। ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତ ଅନ୍ତର୍ଗତ ଟିକ୍ରାଗୁଡା ଗ୍ରାମର ଓଲାଙ୍ଗ ମାଝୀ ନାମକ ଜଣେ ମହିଳାଙ୍କୁ ପ୍ରସବ ବେଦନାରେ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ରାସ୍ତା ଖରାପ ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଆସ ନପାରି ୨ କିମି ଦୂର ରାସ୍ତାରେ ଅଟକି ରହିଲା। ତେଣୁ ଆମ୍ବୁଲାନ୍ସ କର୍ମଚାରୀ ବିକାଶ ଲହଜଲ, ରାଜକିଶୋର ମାଝୀ ଏବଂ ଜଗନ୍ନାଥ ନାଏକ ମାନବିକତା ଦେଖାଇ ଉକ୍ତ ଗ୍ରାମକୁ ଯାଇ ସେହି ଗର୍ଭବତୀ ମହିଳାଙ୍କୁ ଖଟିଆରେ ୨ କିମି ରାସ୍ତା ବୋହି ଆଣି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣି ଥୁ. ରାମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ।

Leave a Reply

Your email address will not be published. Required fields are marked *