ଗଡରାଧରା ଓ ବାଲି ବୋହଲେନ୍ ପର୍ବ ପାଳିତ

କଲମପୁର- ୧୧/୧୧(ଗଣେଶରାମ ବାଗ) ଆଦିମ କାଳରୁ ଆଦିବାସୀମାନେ ମାଟି ଦେବତାକୁ ସନ୍ତୋଷ କରିବା ପାଇଁ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରିଥାନ୍ତି। ସେଥିମଧ୍ୟରୁ ଟୋକିପର୍ବ ଅନ୍ୟତମ। ଏହି ପର୍ବ ୧୨ ବର୍ଷରେ ଥରେ ପାଳନ କରାଯାଇଥାଏ। ଏହି ଟୋକିପର୍ବ ପାଳନ ପାଇଁ ପାରମ୍ପରିକ ରୀତିନୀତି ଅନୁସାରେ ଏକବର୍ଷ ବ୍ୟାପି ପୂଜାର୍ଚ୍ଚନା କରାଯାଇଥାଏ। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପୋଟେସ ଗ୍ରାମରେ ଟୋକିପର୍ବ ସ଼ହ ଗତ ରବିବାର ଦିନ ପାଳନ କରାଯାଇଥିଲା ଗଡରାଧରା ପର୍ବ। ରବିବାର ଦିନ ସକାଳୁ ଗ୍ରାମର ଗୌନ୍ତିଆ, ଜାନି, ଗୁରୁମେ, ଦିଶାରି, ମୁଣ୍ଡୁରା ଧରିଆ, ରପିଆ, ମୁଡ଼ିକା ତଥା ଗ୍ରାମର ସମସ୍ତ ରଇତ ତଥା ସମସ୍ତେ ବାଜା ସହିତ ଗ୍ରାମର ଧରଣୀଗୁଡ଼ିକୁ ଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ଶୁଭ ମୁହୂର୍ତ୍ତରେ ଗଡରାଧରା ପର୍ବ ପାଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଗୌନ୍ତିଆ ଚନ୍ଦ୍ର ଶେଖର ମାଝୀ, ଜାନୀ ସପୁର ସିଂ ଜାନୀ, ଗୁରୂମେ ବାଳସିଂ ମାଝୀ,ଦିଶାରି ବଳରାମ ମାଝୀ ମୁଣ୍ଡୁରା ଧରିଆ ହାକି ମାଝୀ ରପିଆ, ମୁଡ଼ିକା କାର୍ତ୍ତିକ ମାଝୀ ପ୍ରମୁଖ ପୂଜାକାର୍ଯ୍ୟ କରିଥିବା ବେଳେ ଟୋକିପର୍ବ ପରିଚାଳନା କମିଟି ସଦସ୍ୟ ତଥା ଗ୍ରାମବାସୀ ଉପସ୍ଥିତ ରହି ଗଡରା ଧରା ପର୍ବ ପାଳନରେ ସମ୍ପୂର୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *