ଗତକାଲି ନୂଆଁଖାଇଲେ ପଶ୍ଚୀମ ଓଡିଶାବାସୀ

କେସିଙ୍ଗା ୨୯/୮ ଗତକାଲି ପଶ୍ଚିମ ଓଡିଶାବାସୀ ମହା ଧୁମଧାମରେ ପାଳନ କରିଥିଲେ କୣଷିଭିତ୍ତିକ ଗଣପର୍ବ ନୂଆଁଖାଇ। ପରିବାରର ମହିଳାମାନେ ସକାଳୁ ନିଜ ନିଜର ଘରକୁ ଲିପାପୋଛା କରିବା ପରେ ଶୌଚ ହୋଇ ନୂଆଲୁଗା ପିନ୍ଧି ପିଠାପଣା ସହ ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ଆଦି ତିଆରି କରିଥିଲେ। ଏହାପରେ ଘରର ପୁରୁଷ ମାନେ ନୂଆଧାନ ଚାଉଳ କିମ୍ବା ଚୂଡା ସହିତ ପୂଜା ସାମଗ୍ରୀ ସଂଗ୍ରହ କରି ରଖିଥିଲେ। ମା ସମଲେଶ୍ୱରୀ ମନ୍ଦିର ପଣ୍ଡିତମାନେ ନିର୍ଦ୍ଧାରଣ କରିଥିବା ସମୟ ଘ୧୦. ୩୩ମି. ପରେ ପରେ ଘରର ଇଷ୍ଟଦେବୀଙ୍କୁ ପୂଜା କରିବା ପରେ ଘରର ପରିବାର ମଧ୍ୟରୁ ଯେ ଯେଉଁଠି ଥିଲେ ସମସ୍ତ ସଦସ୍ୟ ଏକାତ୍ର ହୋଇ ନବାନ୍ନ ଭକ୍ଷଣ କରିସାରିବା ପରେ ପରସ୍ପରକୁ ଜୁହାର କରିଥିଲେ। ଏହାପରେ ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ସାଂସ୍କୃତିକ ମାନ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *