ଗତ ଶୁକ୍ରବାର ପ୍ରିଜାଇଡିଂ ଅଫିସର ନଆସିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମିଥ୍ୟା ଅପପ୍ରଚାର

କେସିଙ୍ଗା- ୩/୧୧ କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ଲାଗି ଗତ ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ ହୋଇଥିଲା। ଏଥିଲାଗି ପ୍ରିଜାଇଡିଂ ଅଫିସର ଭାବେ ଅତିରିକ୍ତ ଉପ ଜିଲ୍ଲାପାଳ, ଭବାନୀପାଟଣା ଜୟଦେବ ଦାସ ନିଯୁକ୍ତି ପାଇଥିଲେ। କିନ୍ତୁ ଶ୍ରୀ ଦାସ ନଆସିବାରୁ କିଛି ଲୋକ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମିଥ୍ୟା ଅପପ୍ରଚାର କରିଥିଲେ। ବାସ୍ତବରେ ଶ୍ରୀ ଦାସଙ୍କ ପତ୍ନୀ ଶୁକ୍ରବାର ପୂର୍ବଦିନ ଗୁରୁବାର ସ୍କୁଟିରେ ଯାଉଥିବା ବେଳେ ତଳେ ପଡିଯାଇଥିଲେ। ଫଳରେ ତାଙ୍କର ମୁଣ୍ଡରେ ଜୋର ଆଘାତ ଲାଗିବାରୁ ବ୍ରେନ୍ ହ୍ୟାମରେଜ ହେବା ଯୋଗୁଁ ଅଚେତ ହୋଇପଡ଼ିଥିଲେ । ତେଣୁ ତାଙ୍କ ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲ୍ ନେଇ ଭର୍ତ୍ତି କରିଥିଲେ। ଡାକ୍ତରମାନେ ପରୀକ୍ଷା ନିରୀକ୍ଷା କରିବା ପରେ ଆଇୟୁସିରେ ରଖିଥିଲେ। ଏହାପରେ ତାଙ୍କ ଘର ଲୋକ ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ରୀ ଦାସଙ୍କୁ ଫୋନରେ ଯୋଗାଯୋଗ କରିବା ପରେ ସେ ଛୁଟି ନେଇ ତୁରନ୍ତ ଘରକୁ ପଳାଇ ଯାଇଥିଲେ। ତେଣୁ ଶ୍ରୀ ଦାସ ଅନାସ୍ଥା ପ୍ରସ୍ତାବ ଭୋଟିଂ ଦିନ କେସିଙ୍ଗା ଆସି ପାରିନଥିଲେ।

Leave a Reply

Your email address will not be published. Required fields are marked *