ଗାଇଗାଁ ପଞ୍ଚାୟତର ନୂତନ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

କେସିଙ୍ଗା- ୭/୧୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗାଇଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରମୋଦ ସାହୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୧୪୫୧/ ତା. ୩୦.୧୧.୨୦୨୪ ରିଖ ଅନୁସାରେ ପଦଚ୍ୟୁତ ହୋଇଥିଲେ। ସେହିଦିନ ଜିଲ୍ଲାପାଳଙ୍କ ଚିଠି ନଂ ୧୪୫୪/୩୦.୧୧.୨୦୨୪ ତାରିଖରେ ଗାଇଗାଁ ପଞ୍ଚାୟତର ନାଏବ ସରପଞ୍ଚ ଲେମ୍ବୁବତୀ ଶବର ଙ୍କୁ ନୂତନ ସରପଞ୍ଚ ଭାବେ ଦାୟିତ୍ଵ ଦେଇଥିଲେ। ଏଣୁ ଶ୍ରୀମତୀ ଶବର ଗତକାଲି ୬ ଡିସେମ୍ବର ରେ ଗାଇଗାଁ ସରପଞ୍ଚ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। କିନ୍ତୁ ନୂତନ ସରପଞ୍ଚ ଶ୍ରୀମତୀ ଶବର ଙ୍କ ନାମରେ ଦୁଇ ତୃତୀୟାଂଶ ଓ୍ବାର୍ଡ ମେମ୍ବର ଦୁର୍ନୀତି ଅଭିଯୋଗ ଆଣି ତାଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ବୋଲି ବିଡ଼ିଓ ପଦ୍ମନାଭ ପୁରୋହିତଙ୍କ ଠାରୁ ପ୍ରକାଶ। ଏଠାରେ ପ୍ରକାଶ ଯୋଗ୍ୟ ଗାଇଗାଁ ପଞ୍ଚାୟତ ୧୨ ଟି ଓ୍ବାର୍ଡକୁ ନେଇ ଗଠିତ ହୋଇଥିଲା ବେଳେ ୧୨ ଜଣ ଓ୍ବାର୍ଡ ମେମ୍ବର ଅଛନ୍ତି। ସେଥିମଧ୍ୟରୁ ଜଣେ ନାଏବ ସରପଞ୍ଚ ନୂତନ ସରପଞ୍ଚ ଭାବେ ଗତକାଲି ଦାୟିତ୍ବ ଗ୍ରହଣ କରିଥିଲା ବେଳେ କିପରି ଦୁଇ ତୃତୀୟାଂଶ ଓ୍ବାର୍ଡ ମେମ୍ବର ଦୁର୍ନୀତି ଅଭିଯୋଗ ଆଣିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏହି ଅନାସ୍ଥା ପ୍ରସ୍ତାବ ଉଦ୍ଦେଶ୍ୟ ପ୍ରଣୋଦିତ କିମ୍ବା କାହା ପ୍ରରୋଚନାରେ କରାଯାଇଥିବା ନେଇ ସନ୍ଦେହ ହୋଇଛି।

Leave a Reply

Your email address will not be published. Required fields are marked *