ଗାଇଗାଁ ସରପଞ୍ଚ ଆଜି ହେଲେ ପଦଚ୍ୟୁତ

କେସିଙ୍ଗା- ଆଜି ଶନିବାର କେସିଙ୍ଗା ବ୍ଲକ ଅନ୍ତର୍ଗତ ଗାଇଗାଁ ସରପଞ୍ଚ ପ୍ରମୋଦ କୁମାର ସାହୁ ଅନାସ୍ଥା ପ୍ରସ୍ତାବରେ ହାରିବା ପରେ ପଦଚ୍ୟୁତ ହୋଇଛନ୍ତି। ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ ୧୯୬୪ ର ଧାରା ୨୪(୧) ଅନୁସାରେ ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୧୪୫୧/ ୩୦.୧୧.୨୦୨୪ ଅନୁସାରେ ଆଜିଠାରୁ ସରପଞ୍ଚ ଶ୍ରୀ ସାହୁଙ୍କୁ ପଦଚ୍ୟୁତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ପଞ୍ଚାୟତର ୧୨ ଜଣ ଓ୍ବାର୍ଡ ମେମ୍ବର ସରପଞ୍ଚ ଶ୍ରୀ ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଜିଲ୍ଲା ପ୍ରଶାସନ ଆଜି ଅନାସ୍ଥା ପ୍ରସ୍ତାବ ଗୃହୀତ କରିବା ପାଇଁ ଗୁପ୍ତ ଭୋଟିଂ କରିଥିଲେ। ତେବେ ପଞ୍ଚାୟତର ୧୩ ଜଣ ଓ୍ବାର୍ଡ ମେମ୍ବର ମାନଙ୍କ ଦୁଇ ତୃତୀୟାଂଶ ରୂ ଅଧିକ ଭୋଟ ସରପଞ୍ଚ ଶ୍ରୀ ସାହୁଙ୍କ ବିରୋଧରେ ପଡ଼ିଥିଲା। ତେଣୁ କଳାହାଣ୍ଡି ଜିଲ୍ଲାପାଳ ଆଜି ଗାଇଗାଁ ସରପଞ୍ଚ ଶ୍ରୀ ସାହୁଙ୍କୁ ତାଙ୍କ ପଦବୀରୁ ପଦଚ୍ୟୁତ କରିଛନ୍ତି।

Leave a Reply

Your email address will not be published. Required fields are marked *