ଗାଈଗାଁ ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଗତ

କେସିଙ୍ଗା-୨୨/୧୦ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ୨୬ଟି ପଞ୍ଚାୟତ ଥିବାବେଳେ ଆଜିସୁଦ୍ଧା ୭ ଟି ପଞ୍ଚାୟତର ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ଜଣାପଡିଛି। ୧୩ ଟି ଓ୍ବାର୍ଡକୁ ନେଇ ଗାଈଗାଁ ପଞ୍ଚାୟତ ଗଠିତ। ତେବେ ୧୩ ଜଣ ଓ୍ବାର୍ଡ ମେମ୍ବରଙ୍କ ମଧ୍ୟରୁ ଆଜି ୧୧ ଜଣ ଗାଈଗାଁ ସରପଞ୍ଚଙ୍କ ପ୍ରମୋଦ ସାହୁଙ୍କ ବିରୋଧରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣି ଉପ ଜିଲ୍ଲାପାଳ, ଭବାନୀପାଟଣାଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ଖବର ମିଳିଛି।

Leave a Reply

Your email address will not be published. Required fields are marked *