
ନର୍ଲା (ପ୍ରଦୀପ କୁମାର ଗଉଡ): ନର୍ଲା ବ୍ଲକ ଅଧିନସ୍ଥ ବାଲିପଡା ସୋମବାର ସାପ୍ତାହିକ ଗୋରୁ ହାଟରୁ ଗୋରୁ ବୋଝେଇ କରି ନେଉଥିବା ବେଳେ ଆରଟିଓ ଟ୍ରାଫିକ ଇନ୍ସପେକ୍ଟର ମିଥୁନ ପ୍ରଧାନ ଓ ତାଙ୍କ ଟିମ୍ ଦୁଇ ପିକ୍ ଅପ୍ ଭ୍ୟାନ୍ ନଂ ଓଡ଼ି ୦୮ ଭି ୪୦୭୬ ଏଵଂ ଓଡି ୧୮ ଏମ ୩୭୭୨କୁ ନର୍ଲା ଥାନା ଷ୍ଟାଫଙ୍କ ସହାୟତାରେ ଜବତ କରି ଥାନାକୁ ନେଇ ଆସିଥିଲେ। ଦୁଇ ଗୋଟି ପିକଅପ୍ ଭ୍ୟାନ୍ ରେ ୧୦ରୁ ଉର୍ଦ୍ଧ୍ବ ସଂଖ୍ୟକ ଲେଖାଏଁ ଗୋରୁ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। ମାଲ ବୋଝେଇ କରିବା ପିକଅପ ଭ୍ୟାନରେ ଗୋରୁ ବୋଝେଇ ଭଳି କାମ ବେଆଇନ ଅଟେ। ଏଣୁ ଦୁଇଟି ଗୋରୁ ବୋଝେଇ ଗାଡିକୁ ଜବତ କରାଯାଇ ୨୭,୦୦୦ ଲେଖାଏଁ ଜୋରିମାନା ଆଦାୟ କରାଯାଇଛି ବୋଲି ଟ୍ରାଫିକ ଇନ୍ସପେକ୍ଟର ଶ୍ରୀ ପ୍ରଧାନ କହିଛନ୍ତି।