
କଲମପୁର , ୮/୧(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁ ହାଇସ୍କୁଲ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ସର୍ଵ ପ୍ରଥମେ ସକାଳ ୯ଘଣ୍ଟା ସମୟରେ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଓ ବୀରବାଦ୍ୟ ଘୁମୁରାର ତାଳେ ତାଳେ ମାଁ ମାଉଳିଙ୍କ ମନ୍ଦିର ଠାରୁ ଏକ ମଶାଳ ଶୋଭାଯାତ୍ରା ବାହାରି କଳାହାଣ୍ଡି ଉତ୍ସବ ଘୁମୁରା ହାଇସ୍କୁଲ ମଞ୍ଚ ଠାରେ ପହଞ୍ଚିଥିଲା। ଏହାପରେ ଗ୍ରାମ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ମଶାଳ ସ୍ଥାପନ କରାଯାଇଥିଲା । କୋଟାଗାଁ ସରପଞ୍ଚ ଚନ୍ଦନ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ମୁଖ୍ୟବକ୍ତା ଭାବେ କଲମପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା , ସମ୍ମାନିତ ଅତିଥି ଭାବେ ବ୍ଲକ ସହକାରୀ ଯନ୍ତ୍ରୀ କିରଣ କୁମାର ଷଣ୍ଢ , କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ରମ , ସୁମନ୍ତ ଦଣ୍ଡପାଟ୍, କୋଟାଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ କୁଷଧଜ ଛତ୍ରିଆ , ସସ୍ମିତା ବାବୁ , ସମାଜସେବୀ ଗୌତମ ବିହାରୀ , ମାଧବ ସୁନାନୀ, ମଣ୍ଡଳ ପେକ୍ସ ସଭାପତି ମହେନ୍ଦ୍ର ଯୋଶୀ , ଯୌବନ ଦ୍ଵୀପ , ତ୍ରିଲୋଚନ ପାଲ , ରାହାସ ଦ୍ଵୀପ , ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶାନ୍ତ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ କପିଳ ନାୟକ, ପବିତ୍ର ମୋହନ ବାଗ, ତ୍ରିଲୋଚନ ପାଲ, ଶିକ୍ଷାବିଦ ଅଭୟ କୁମାର ତାଣ୍ଡି, ଅମ୍ବିକା ଧଙ୍ଗଡା ମାଝୀ, ସମୀର ପଣ୍ଡା ତଥା ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ସମାଜସେବୀ ଓ ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ। ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର ମାନଙ୍କ ପାଇଁ ନୃତ୍ୟ , ସଙ୍ଗୀତ ତଥା ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।