ଘରୋଇ ହିଂସା ମୁକାବିଲା ସମ୍ବନ୍ଧୀୟ କର୍ମଶାଳା

ଭବାନୀପାଟଣା: ତା ୦୨/୧୨ ଭବାନୀପାଟଣା ମହିଳା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଘରୋଇ ହିଂସା ମୁକାବିଲା ସମ୍ବନ୍ଧୀୟ ସଚେତନତା କାର୍ମଶାଳା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସମାଜ କଲ୍ୟାଣ କାର୍ଜ୍ୟାଳୟ, କଳାହାଣ୍ଡି ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ମହିଳାଙ୍କ ସହ ହେଉଥିବା ଘରୋଇ ହିଂସା, ମାନସିକ ତଥା ଶାରୀରିକ ଅତ୍ୟାଚାର ବିରୋଧରେ ସଚେତନତା ସୃଷ୍ଟି କରିବା, ବାଲ୍ୟ ବିବାହ, ଶିଶୁ ଶ୍ରମିକ ନିରାକରଣ, ଡାହାଣୀ ପ୍ରଥା ପ୍ରତି ସଚେତନତା ଇତ୍ୟାଦି ମୁଖ୍ୟ ବିଷୟ ବସ୍ତୁଗୁଡିକ ଉପରେ ଆଲୋଚନାକରାଯାଇଥିଲା। ଏହି କର୍ମଶାଳାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମୁଜୁବିନ୍ ନିଶା, ମହିଳା ସ୍ବୟଂଶାସିତମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିଲୋଚନ ଜେନା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶୈଳେନ୍ଦୁ ଶେଖର ମହାପାତ୍ର, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରୁପେଶ ହୋତା, କିଶୋର ନ୍ୟାୟ ବୋର୍ଡ଼ ମେମ୍ବର ସ୍ଵର୍ଣ୍ଣଲତା ମହାନ୍ତି , ପ୍ରୋଟେକ୍ସନ୍ ଅଫିସର ଶ୍ରୀମତୀ ନମିତା ପଲ୍, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ନିୟତୀବାଳା ସୋରେନ ଏହି କର୍ମଶାଳାରେ ଅଂଶ ଗ୍ରହଣ କରି ଦେଖାଯାଉଥିବା ଘରୋଇ ହିଂଶା, ମାନସିକ ତଥା ଶାରୀରିକ ଅତ୍ୟାଚାର ଏବଂ ବାଲ୍ୟ ବିବାହ, ଶିଶୁ ଶ୍ରମିକ ନିରାକରଣ, ଡାହାଣୀ ପ୍ରଥା ଗୁଡିକ ଉପରେ ସଚେତନତା ସୃଷ୍ଟି କରିଥିଲେ ଏବଂ ଏସବୁ ପାଇଁ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଶକ୍ତି ଅନୁଷ୍ଠାନର କୋଡିନେଟର୍ ସୁଜିତ ସେନ ବାଲ୍ୟ ବିବାହକୁ ରୋକିବା ପାଇଁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପାଞ୍ଚଶହ ରୁ ଉର୍ଦ୍ଧ୍ୱ ବାଳିକା ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଶୀ ସଭା କାର୍ଯ୍ୟ ପରିଚାଳନା କରିଥିଲା ବେଳେ ଏବଂ ୱାନ ସ୍ଟପ ସେଣ୍ଟରର ଶାଖା ପରିଚାଳୀକା ବିନୀତ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *