
କେସିଙ୍ଗା ତା ୧୪.୧୨(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଧନଞ୍ଜୟ ନାୟକ ଙ୍କ ଅଧ୍ୟକ୍ଷତାରେ ଅଦାଲତ ପରିସରରେ ଶନିବାର ଅନୁଷ୍ଠିତ ହୋଇ ଯାଇଛି। ଏହି ଲୋକ ଅଦାଲତରେ ୧୯ଟି ଫାଇନାଲ୍ କେଶ୍ ବିଚାର କରାଯାଇଥିଲା। ଏତଦ୍ ବ୍ୟତୀତ ୨ଟି ଚେକ୍ ବାଉଁନ୍ସ ମାମଲା ବିଚାର କରାଯାଇ ୩ଲକ୍ଷ ୩୫ ହଜାର ଟଙ୍କା ଆଦାୟ କରାଯାଇଥିଲା। ଏହା ସହିତ ୫୬ଟି ପ୍ରାକ ବ୍ୟାଙ୍କ ଜନିତ ମୋକଦ୍ଦମା ବାବଦକୁ ୧୨ ଲକ୍ଷ ୫୮ହଜାର ୮୪ ଟଙ୍କା ଋଣ ଖିଲାପି ରାଶି ଆଦାୟ କରାଯାଇଥିଲା। ସେହିପରି ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ଲୋକ ଅଦାଲତରେ ୫୪ଟି ରାଜସ୍ବ ମାମଲା ବାବଦକୁ ୬୮ହଜାର ୯୭ ଟଙ୍କା ରାଜସ୍ବ ଆଦାୟ କରାଯାଇଥିଲା। କେସିଙ୍ଗାର ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କ ଯୋଗ ଦେଇଥିଲେ। ଏଥିରେ ସରକାରୀ ଓକିଲ ପ୍ରକାଶ କୁମାର ଦାଶଙ୍କ ସମେତ ଓକିଲ ସଂଘର ଆଇନଜୀବୀ ବୃନ୍ଦ ଉପସ୍ଥିତ ଥିଲେ। ଏଥିରେ ଅଦାଲତର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଲୋକ ଅଦାଲତକୁ ପରିଚାଳନା ଓ ସହାୟତା କରିଥିଲେ।