ଚଳିତ ବର୍ଷ ଗୈାରୀଶଙ୍କର ମନ୍ଦିରରେ ନୂଆ ଢଙ୍ଗରେ ପାଳିତ ହେବ ରାମ ନବମୀ

କେସିଙ୍ଗା- ୯/୩ ଆସନ୍ତା ଅପ୍ରେଲ ୬ ତାରିଖରେ ସ୍ଥାନୀୟ ଗୈାରୀଶଙ୍କର ମନ୍ଦିର ପରିସରରେ ରାମନବମୀ ମହୋତ୍ସବ ଉପଲକ୍ଷେ ରାମଭକ୍ତ କି ଟୋଲୀ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୁମଧାମ୍ ରେ ରାମ ନବମୀ ମହୋତ୍ସବ ପାଳନ କରାଯିବ ବୋଲି ସ୍ଥିର ହୋଇଛି। ଏଥିପାଇଁ ହରିୟାଣା ରାଜ୍ୟ ଇସାର ସହରରୁ ମୋଟା ହନୁମାନ ଓ ଅଘୋରୀ ଗ୍ରୁପ୍ର ମୁଖ୍ୟ ଆକର୍ଷଣ ରହିବ ଏବଂ ଘଣ୍ଟ ଓ ଘଙ୍ଖା ଗ୍ରୁପ୍ ସହ ମଧ୍ୟ କଥାବାର୍ତ୍ତା ଚାଲିଛି ବୋଲି ଅନୁଷ୍ଠାନର ସଭାପତି ବଜରଙ୍ଗ ଜୈନ ପ୍ରକାଶ କରିଥିଲେ | ସକାଳେ ୫ ଟା ସମୟରେ ହରି ମଣ୍ଡଳୀ ତରଫରୁ ନଗର ପରିକ୍ରମା, ୧୦ ଟା ସମୟରେ ମୋଟର ସାଇକେଲ ଶୋଭାଯାତ୍ରା ଓ ସନ୍ଧ୍ଯା ୪ ଟା ସମୟରେ ବିଶାଲ ଶୋଭାଯାତ୍ରା ର କାର୍ଯ୍ୟକ୍ରମ ରହିଛି | ଏହି ବୈଠକରେ ସୁରେଶ ଅଗ୍ରୱାଲ, ପ୍ରଶାନ୍ତ ବାନାର୍ଜୀ, ସନ୍ତୋଷ ଦାଶ, କୁଲଦୀପ ଜୈନ, ମନୋଜ ସୋନୀ, ବିଜଯ ସୋନୀ, ସୁଜିତ୍ ଜୈନ, ପିଣ୍ଟୁ ପଟେଲ, ଅରୁଣ ଅଗ୍ରୱାଲ, ରମାକାନ୍ତ ଜେନା, ଅଜୟ ବିଶ୍ଵକର୍ମା, ଦିନେଶ ଜୈନ, ସିଦ୍ଧେଶ୍ୱର ମିଶ୍ର, ଦ୍ୱାରିକା ପ୍ରସାଦ ଗୁପ୍ତା, କୁକାଲ ଦେଓ ମୁରାରୀ ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *