କେସିଙ୍ଗା- ୧୩/୨ କେସିଙ୍ଗା ବ୍ଲକ ଅଧୀନସ୍ଥ ଉତ୍କେଳା ଓ ଚାଞ୍ଚେର ଗ୍ରାମ ପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖା ତାଙ୍କ କାର୍ଯ୍ୟକାଳ ସମୟରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ସେନେଇ ଖୋଦ୍ ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ବ୍ଲକର ବର୍ତ୍ତମାନ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଲମ୍ବୁ ଶିଖାଙ୍କୁ ୧୫ ଦିନ ଭିତରେ ସ୍ପଷ୍ଟୀକରଣ ଦେବାକୁ କାର୍ଯ୍ୟାଳୟ ଚିଠି ନଂ ୨୧୫/ ଜିପି/ ତା.୧୨.୦୨. ୨୦୨୫ ରିଖ ଅନୁସାରେ ଜଣାପଡ଼ିଛି। ସୂଚନାଯୋଗ୍ୟ ଗତ ମାସ ୨୭ ତାରିଖରେ କେସିଙ୍ଗା ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଓ ଆଶୁ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା। ସେହି ଶିବିରରେ ଜଣେ ଗଣମାଧ୍ୟମ ପ୍ରତିନିଧି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିଥିଲେ। ଏହାପରେ ଜିଲ୍ଲାପାଳ ଶ୍ରୀ ପ୍ରକାଶ ଅଭିଯୋଗର ଆଶୁ ସମାଧାନ ପାଇଁ ଜିଲ୍ଲା ଗ୍ରାମ ପଞ୍ଚାୟତ ଅଧିକାରୀ ନୃସିଂହ ପଟ୍ଟନାୟକ ଓ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କୁ ଦାୟିତ୍ବ ଦେଇଥିଲେ। କିନ୍ତୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ପଟ୍ଟନାୟକ ଆଜିଯାଏ କୈାଣସି ପଦକ୍ଷେପ ନେଇନଥିବା ବେଳେ କେସିଙ୍ଗା ତହସିଲଦାର ଶ୍ରୀମତୀ ପ୍ରଧାନ ଭୁଲ୍ ତଥ୍ୟ ଦେଇ ଚୁପ୍ ହୋଇ ବସି ରହିଛନ୍ତି। ତେଣୁ ଅନୁମାନ କରାଯାଏ ଜିଲ୍ଲାପାଳ ଶ୍ରୀ ପ୍ରକାଶ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ବିଶ୍ବାସକୁ ନନେଇ ଖୋଦ୍ ନିଜେ ଶ୍ରୀ ଶିଖାକୁ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।