କେସିଙ୍ଗା- ୨୮/୪ କେସିଙ୍ଗା ବ୍ଲକର ପୂର୍ବତନ ଭାରପ୍ରାପ୍ତ ଜିପିଡିଓ ଲମ୍ବୁ ଶିଖା ବ୍ଲକ ଅଧିନସ୍ଥ ୨୬ଟି ପଞ୍ଚାୟତର ପିଇଓ ମାନଙ୍କର ମୁଖିଆ ଥିଲାାବେଳେ ଏହା ପୂର୍ବରୁ ଚାଞ୍ଚେର ଓ ଉତ୍କେଲା ପଞ୍ଚାୟତର ପିଇଓ ଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ସାମ୍ବାଦିକ ମହାସଂଘ ଏକ ପର୍ବର କାର୍ଯ୍ୟକ୍ରମ ପାଇଁ ବ୍ଲକର ସମସ୍ତ ପିଇଓ ମାନଙ୍କୁ କିଛି ସାହାଯ୍ୟ ଦେବାକୁ ଅନୁରୋଧ କରାଯାଇଥିଲା। ଯେହେତୁ ଲମ୍ବୁ ଶିଖା ସେମାନଙ୍କ ମୁଖିଆ ଥିଲେ ସମସ୍ତ ପିଇଓ ତାହାରି ମାଧ୍ୟମରେ ଅନ୍ୟ ଏକ ସାମ୍ବାଦିକ ସଂଘକୁ ୨୦ ହଜାର ଟଙ୍କା ଦେଇଥିବା ନେଇ ଶୁଣାଯାଉଥିବା ବେଳେ କେସିଙ୍ଗା ସାମ୍ବାଦିକ ମହାସଂଘକୁ ମଧ୍ୟ ୨୦ ହଜାର ଟଙ୍କା ଆର୍ଥିକ ସାହାଯ୍ୟ କରିଥିଲେ। ଉକ୍ତ ଟଙ୍କାକୁ ଶ୍ରୀ ଶିଖା ସାମ୍ବାଦିକ ମହାସଂଘର ସଭାପତି ସୁଶାନ୍ତ ମହାପାତ୍ରଙ୍କ ଅଜାଣତରେ ତାଙ୍କ ଫୋନପେରେ ଗତ ୭ ଅକ୍ଟୋବରରେ ୨୦ ହଜାର ଟଙ୍କା ପଠାଇ ଦେଇଥିଲେ। ଏ ସଂପର୍କରେ ଶ୍ରୀ ମହାପାତ୍ର ପୂର୍ବତନ ଜିପିଡିଓ ଶ୍ରୀ ଶିଖାଙ୍କୁ ପଚିବାରୁ ସେ ଯେହେତୁ ସନ୍ଧ୍ୟା ହୋଇଗଲାଣି ମୁଁ ଘରକୁ ଯିବା ପାଇଁ ଡେରି ହୋଇଯାଉଥିବାରୁ ମୁଁ କାହାକୁ ସାକ୍ଷାତ କରିନପାରି ଆପଣଙ୍କ ଫୋନପେରେ ଟଙ୍କା ପଠାଇଦେଲି। ଏହାପରେ ସଭାପତି ଶ୍ରୀ ମହାପାତ୍ର ଏଟିଏମ୍ ରୁ ଟଙ୍କା ଉଠାଇ ସଂଘର ସାମ୍ବାଦିକଙ୍କୁ ଦେଇଥିଲେ ବୋଲି ସମସ୍ତ ସାମ୍ବାଦିକ ମାନେ ସ୍ବୀକାର କରିଛନ୍ତି। ଅନ୍ୟ ୫ ହଜାର ଟଙ୍କା ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ ପାଇଁ ଶ୍ରୀ ଶିଖା ଆର୍ଥିକ ସାହାଯ୍ୟ ଦେଇଥିଲେ ବୋଲି ଶ୍ରୀ ମହାପାତ୍ରଙ୍କ ଠାରୁ ପ୍ରକାଶ। କିଛିଦିନ ତଳେ ସୂଚନା ଅଧିକାର ଆଇନ ବଳରେ କେସିଙ୍ଗା ବ୍ଲକ କର୍ତ୍ତୁପକ୍ଷଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ପୂର୍ବତନ ପିଇଓ ଶ୍ରୀ ଶିଖା ଉତ୍କେଲା ଓ ଚାଞ୍ଚେର ପଞ୍ଚାୟତର ୪ର୍ଥ ଓ ୫ମ ସି ଏଫ ସି ଏବଂ ୧୪ ଓ ୧୫ଦଶ ଏସ ଏଫ ସି ଫଣ୍ଡକୁ ଅସଦ୍ ଉପାୟରେ ହେରଫେର କରି ଦେଢ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ନେଇ ଦୁଇଜଣ ଗଣମାଧ୍ୟମ ପ୍ରତିନିଧି ଖବର ଅନେକ ଥର ପ୍ରସାରଣ କରିବା ପରେ ଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ ଏବଂ ସେହିଦିନ ହିଁ ପ୍ରଶାସନ ଶ୍ରୀ ଶିଖାଙ୍କୁ ଜପିଡିଓ ପଦରୁ ହଟାଇ ଦେଇ ଅଫିସରେ ଆଟାଚ୍ କରିଥିଲେ। ଏହାର କିଛିଦିନ ପରେ ଜିଲ୍ଲାପାଳ ଶ୍ରୀ ଶିଖାଙ୍କୂ ଥୁଆମୂଳ ରାମପୁର ବ୍ଲକକୁ ବଦଳି କରି ଦେଇଥିଲେ। ତେବେ ଗତ ୧୧. ୦୪ ୨୦୨୫ ରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଏହାର ସ୍ପେସିଆଲ ଅଡିଟ୍ ପାଇଁ ଆଦେଶ ଦେଲା ପରେ ଶ୍ରୀ ଶିଖା ପ୍ରତିଶୋଧ ପରାୟଣ ହୋଇଉଠିଛନ୍ତି। ଏଣୁ ଶ୍ରୀ ଶିଖା କେତେକ ଭୋକିଲା ଶୋଶିଲା ସାମ୍ବାଦିକଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ କେସିଙ୍ଗା ସାମ୍ବାଦିକ ମହାସଂଘର ସଭାପତି ଶ୍ରୀ ମହାପାତ୍ରଙ୍କ ନାମରେ ମିଥ୍ୟା ଅପପ୍ରଚାର କରୁଥିବା ଅନୁମେୟ ହେଉଛି। ଅପରପକ୍ଷରେ ଶ୍ରୀ ମହାପାତ୍ର ଏହାର ପ୍ରତିବାଦରେ କେସିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏହାର ସ୍ପେସିଆଲ ଅଡିଟ ହେଲେ ପ୍ରକୃତ ସତ୍ୟକଥା ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।