ଦିନ ଦ୍ୱିପହରରେ ହେଉଛି ଚୋରା ଚାଲାଣ

ଧର୍ମଗଡ-୭/୧୨ ରାଜ୍ୟ ସରକାର ମଣ୍ଡିରେ ଖରିଫ ଧାନ ବିକ୍ରି ପାଇଁ ଚାଷୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଧର୍ମଗଡ ଅଞ୍ଚରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀମାନେ ବାଧ୍ୟ ହୋଇ ଅମଳ ଧାନକୁ ଦଲାଲମାନଙ୍କୁ ବିକ୍ରି କରୁଛନ୍ତି। ତେଣୁ ଏଠାକାର ଅମଳ ଧାନ ଛତିଶଗଡ ବେପାରୀଙ୍କ କବଜାରେ ରହିବା ସହିତ ଦିନ ଦ୍ୱିପହରରେ ଛତିଶଗଡକୁ ଚୋରାଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଚାଷୀ ଧାର କରଜ ସହିତ ମହାଜନୀ ଋଣ କରି ବହୁ କଷ୍ଟ ସହି ଚାଷ କରି ଧାନ ଅମଳ କରୁଛି । ଏପଟେ ସରକାରଙ୍କ ପକ୍ଷରୁ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ ଯୋଗୁଁ ଚାଷୀ କ୍ଷତି ସହି ଦଲାଲ ହାତରେ ଧାନ ଟେକି ଦେଉଥିବା ଅଭିଯୋଗ ଆସିଛି । ପଡୋଶୀ ରାଜ୍ୟ ଛତିଶଗଡ ରୁ ବେପାରୀମାନେ ଆସି ଧର୍ମଗଡ ଅଂଚଳର ଚାଷୀଙ୍କ ଠାରୁ ୧୫ ଶହ ରୁ ୧୯ ଶହ ଟଙ୍କାରେ ଧାନ କିଣି ଛତିଶଗଡକୁ ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଛି । ବିଗତ ୨୪ ବର୍ଷ ହେଲା ଏଭଳି ଭାବରେ ଛତିଶଗଡ ଅଞ୍ଚଳର ବେପାରୀ ମାନେ ଧର୍ମଗଡ ଅଞ୍ଚଳରୁ ଧାନ ଚୋରାଚାଲାଣ କରିଆସୁଥିବା ବେଳେ ଚଳିତ ବର୍ଷ ଛତିଶଗଡକୁ ଧାନ ଚୋରା ଚାଲାଣ ଚରମ ସୀମାରେ ପହଞ୍ଚିଛି। ତେଣୁ ରାଜ୍ୟ ସରକାର ଛତିଶଗଡ ରାଜ୍ୟକୁ ସଂଯୋଗ କରୁଥିବା ସମସ୍ତ ସୀମାନ୍ତ ରାସ୍ତା ଗୁଡିକୁ ବ୍ଲକିଂ ଆଉ ଚେକିଂ ପାଇଁ ଦାବି ହୋଇଛି ।