ଉତ୍କେଲା ପଞ୍ଚାୟତର ନୂତନ ସରପଞ୍ଚ ହେବେ ଜିତେନ୍ଦ୍ର ହେର୍ଣ୍ଣା

କେସିଙ୍ଗା – ୮/୫ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଲା ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ୧୧ ନଂ ଓ୍ବାର୍ଡର ସଭ୍ୟ ଜିତେନ୍ଦ୍ର ହେର୍ଣ୍ଣା ଦାୟିତ୍ୱ ଗ୍ରହଣ କରିବେ ବୋଲି ଭବାନୀପାଟଣା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୪୧୧୬/ ତା. ୦୮. ୦୫. ୨୦୨୫ ଅନୁସାରେ ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ କେସିଙ୍ଗା ବ୍ଲକ ବିଡିଓ ଜନ୍ମେଞ୍ଜୟ ସ୍ବାଇଁ ଓଜିପି ସେକ୍ସନ୍ ୨୧ ଅଫ୍ ସବ୍ ସେକ୍ସନ ୪ ଅଫ୍ ଓଜିପି ଆକ୍ଟ ୧୯୬୪ ଅନୁଯାୟୀ ଉତ୍କେଲା ପଞ୍ଚାୟତର ୧୧ନଂ ଓ୍ବାର୍ଡ ମେମ୍ବର ଜିତେନ୍ଦ୍ର ହେର୍ଣ୍ଣାଙ୍କୁ ମନୋନୀତ କରିଥିବାରୁ ଉପ ଜିଲ୍ଲାପାଳ ଭବାନୀପାଟଣା ତାଙ୍କୁ ସରପଞ୍ଚ ପଦବୀରେ ନିଯୁକ୍ତି ଦେବେ ବୋଲି ଜଣାପଡିଛି। ଅନ୍ୟପକ୍ଷେ ଉପ ଜିଲ୍ଲାପାଳ ଭବାନୀପାଟଣା ଙ୍କ ପରବର୍ତ୍ତୀ ଆଦେଶ ଅନୁସାରେ ନିୟମିତ ସରପଞ୍ଚ ନିଯୁକ୍ତି ନହେଲା ପର୍ଯ୍ୟନ୍ତ ଶ୍ରୀ ହେର୍ଣ୍ଣା ସରପଞ୍ଚ ଦାୟିତ୍ୱ ନିର୍ବାହ କରିବେ।

Leave a Reply

Your email address will not be published. Required fields are marked *