ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି ତାପସୀ ଛତ୍ରିଆଙ୍କ ରିପୋର୍ଟ

କେସିଙ୍ଗା- ୨୦/୧୦ କଳାହାଣ୍ଡି ଜିଲ୍ଲା କଶୃପଡା ପଞ୍ଚାୟତର ୭ ନମ୍ବର ଓ୍ବାର୍ଡ ମେମ୍ବର ତାପସୀ ଛତ୍ରିଆଙ୍କ ୪ଟି ସନ୍ତାନ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତେଣୁ ଜିଲ୍ଲାପାଳ ଏହାର ସତ୍ୟାସତ୍ୟ ଜାଣିବା ସହ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ କେସିଙ୍ଗା ବିଡ଼ିଓଙ୍କୁ ରିପୋର୍ଟ ମାଗିଥିଲେ। ବିଡ଼ିଓ ପଦ୍ମନାଭ ପୁରୋହିତ କେସିଙ୍ଗା ଆଇସିଡିଏସ୍ ର ସିଡିପିଓଙ୍କୁ ଏହାର ତଥ୍ୟ ମାଗିଥିଲେ। ସିଡିପିଓଙ୍କ ତଥ୍ୟ ଅନୁସାରେ ତାପସୀ ଛତ୍ରିଆଙ୍କ ୪ ଟି ସନ୍ତାନ ଥିବା ନେଇ ସମସ୍ତ ରେକର୍ଡର ଫଟୋ କପି ବିଡ଼ିଓଙ୍କ ନିକଟକୁ ପ୍ରେରିତ କରିଥିଲେ। ରିପୋର୍ଟ ପାଇଲା ପରେ ବିଡ଼ିଓ ଶ୍ରୀ ପୁରୋହିତ ଗତ ୪ ତାରିଖରେ ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶଙ୍କ ନିକଟକୁ ସବିଶେଷ ତଥ୍ୟ ପଠାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *