କେସିଙ୍ଗା-୮/୫ ଗତକାଲି କଳାହାଣ୍ଡି ଜିଲ୍ଲାପାଳଙ୍କ ବିଜ୍ଞପ୍ତି ନଂ ୭୨୨/ ତା. ୦୭.୦୫. ୨୦୨୫ ଅନୁଯାୟୀ ଉତ୍କେଲା ପଞ୍ଚାୟତର ସରପଞ୍ଚ ନରେନ୍ଦ୍ର ମାଝୀ ପଦଚ୍ୟୁତ ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଗତ ତା. ୧୧. ୧୧. ୨୦୨୪ରିଖରେ ସରପଞ୍ଚ ଶ୍ରୀ ମାଝୀଙ୍କ ବିରୁଦ୍ଧରେ ଗ୍ରାମ ପଞ୍ଚାୟତ ଆଇନ ୧୯୬୪ର ଧାରା ୨୪ ପ୍ରକାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା, କଟକ ଙ୍କ ଦାୟର ପିଟିସନ୍ ନଂ ୨୭୫୦୦/୨୦୨୪ ତା ୦୮. ୧୧. ୨୦୨୪ ରିଖର ଆଦେଶ ଅନୁସାରେ ଅନାସ୍ଥା ପ୍ରସ୍ତାବର ସ୍ବତନ୍ତ୍ର ବୈଠକର ଫଳାଫଳ ନକରିବା ପାଇଁ ନିର୍ଦେଶ ରହିଥିଲା। ଅପରପକ୍ଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡିଶା ସମ୍ପୣକ୍ତ କେସକୁ ବିଚାର ପୂର୍ବକ ଖାରଜ କରି ଉକ୍ତ ସ୍ବତନ୍ତ୍ର ବୈଠକର ଫଳାଫଳ ଘୋଷଣା କରିବାକୁ ଗତ ତା. ୨୪. ୦୪. ୨୦୨୫ ରିଖରେ ଆଦେଶ ପ୍ରଦାନ କରିଥିଲେ। ଏଣୁ ଗତକାଲି ତା. ୦୭. ୦୫. ୨୦୨୫ ରେ ଉପ ଜିଲ୍ଲାପାଳଙ୍କ ଦ୍ଵାରା କ୍ଷମତା ପ୍ରାପ୍ତ ପିଠାସୀନ ଅଧିକାରୀ ଓ ଉପସ୍ଥିତ ଗ୍ରାମ ପଞ୍ଚାୟତର ସଭ୍ୟ/ ସଭ୍ୟା ଙ୍କ ସମ୍ମୁଖରେ ଭୋଟିଂ ବାକ୍ସ ଖୋଲାଯାଇ ଏବଂ ଗଣନା କରାଯାଇ ଦେଖାଗଲା ଯେ ସମ୍ପୣକ୍ତ ବୈଠକର ଫଳାଫଳ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମୋଟ ସଭ୍ୟ/ସଭ୍ୟାଙ୍କ ଦୁଇ ତୣତୀୟାଶଂରୁ ଉର୍ଦ୍ଧ୍ୱ ସମର୍ଥିତ ଭୋଟରେ ଗୣହିତ ହୋଇଛି। ତେଣୁ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ର ଧାରା ୨୪(୧) ଅନୁସାରେ ସମ୍ପୣକ୍ତ ଗୣହିତ ପ୍ରସ୍ତାବର ନିର୍ଦ୍ଧାରଣ ପ୍ରକାଶ କରି ବିଜ୍ଞପ୍ତିର ପ୍ରକାଶନ ଦିନ ଠାରୁ ଶ୍ରୀ ମାଝୀ ଉତ୍କେଲା ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀରୁ ପଦଚ୍ୟୁତ ହେଲେ।