
କେସିଙ୍ଗା- ୧୫/୧୨ ଭବାନୀପାଟଣା ସ୍ଥିତ ଟାଉନହଲ ଠାରେ ଗତ ୧୧ ଓ ୧୨ ତାରିଖରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ – ୨୦୨୫ ଉଦଯାପିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ କେସିଙ୍ଗା ବ୍ଲକସ୍ତରୀୟ ଦଳଗତ ଲୋକ ନୃତ୍ୟ, ଦଳଗତ ଲୋକ ସଙ୍ଗୀତ, ଏକକ ଲୋକନୃତ୍ୟ, ଏକକ ଲୋକ ସଙ୍ଗୀତ, ଗଳ୍ପ ଲିଖନ, ଚିତ୍ରକଳା ଓ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ ଜଣ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲାସ୍ତରୀୟ ଯୁବ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର +୨ ପ୍ରଥମ ବର୍ଷ ଛାତ୍ରୀ ଟ୍ବୁଙ୍କିଲ୍ ଜୈନ ସଂପୃକ୍ତ ବିଭାଗ ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ଯୁବ ଉତ୍ସବ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେଣୁ ଆସନ୍ତା ୧୮ ତାରିଖରେ ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ଅଂଶ ଗ୍ରହଣ କରିବେ ବୋଲି ବିଡ଼ିଓ ପଦ୍ମନାଭ ପୁରୋହିତ ପ୍ରକାଶ କରିଛନ୍ତି।