
ଭବାନିପାଟଣା/କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ ଙ୍କ ନେତ୍ରୁତ୍ଵରେ ଆଜି ସନ୍ଧ୍ୟା 7 ଘଣ୍ଟା ସମୟରେ ସ୍ଥାନୀୟ ରାଜା ଷ୍ଟାଚ୍ୟୁ ଠାରେ କଂଗ୍ରେସ ର ଐତିହାସିକ ବିଜୟ ଦିବସ ପାଳନ ହୋଇ ଯାଇଛି.ସମ୍ବିଧାନ ବଞ୍ଚାଅ କଂଗ୍ରେସ ର ବାର୍ତା ଦେଶରେ ଜାତି ଜନ ଗଣନା ଜାତୀୟ କଂଗ୍ରେସ ଓ ରାହୁଳ ଗାନ୍ଧୀଙ୍କ ଏକ ଐତିହାସିକ ବିଜୟ. ଏହାକୁ ଦେଶର ସମସ୍ତ ଅଞ୍ଚଳ ରେ ପାଳନ କରାଯାଉଛି.ଏହି ପରିପ୍ରେକ୍ଷୀରେ କଳାହାଣ୍ଡି କଂଗ୍ରେସ କମିଟି ତରଫରୁ ମଧ୍ଯ ପାଳନ କରାଯାଇଛି. ଏହି କାର୍ଯ୍ୟକ୍ରମରେ ଶ୍ରୀ ବେମାଲ ଙ୍କ ସମେତ ଉପ ସଭାପତି ଉଛବ ସାହୁ, ମହମ୍ମଦ ଅଲ୍ଲୀ, ଇନ୍ଦ୍ରଜିତ୍ ମହାଖୁଡ, ପ୍ରୀତମ ବେହେରା, ସିଦ୍ଧାର୍ଥ ନାୟକ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ରାଜ୍ଯ ସମ୍ପାଦକ ସରୋଜ ବାଗ, ଯୁବ ନେତା ମହମ୍ମଦ ସାହେବ, ଭଗତ ଲାଲ, ସନ୍ତୋଷ ପ୍ରଧାନ, ଜଳନ୍ଧର ନାଏକ, ଚନ୍ଦ୍ର ଯୋଶୀ, ମାଣିକ୍ୟ ସୁନା, ମନ୍ଦାକିନୀ ବାଣୁଆ, ରୋଜି ନାୟକ ପ୍ରମୂଖ ଉପସ୍ଥିତ ରହି ବିଜୟ ଦିବସ ପାଳନ ଅବସରରେ ବିଭିନ୍ନ ସ୍ଲୋଗାନ୍ ଦେବା ସହ ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ କରିଥିଲେ.