
ଭବାନୀପାଟଣା- ୧୫/୧୦ ଏକ ଡକାୟତି ଘଟଣାରେ ଗତ ରବିବାର ରାତିରେ ଭବାନୀପାଟଣା ସଦର ଥାନା ପୁଲିସ ୪ ଜଣ ୱେବ୍ ସାମ୍ବାଦିକ ଓ ଜଣେ ବ୍ୟବସାୟୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ଗତ ଅକ୍ଟୋବର ୨ତାରିଖରେ କଣ୍ଟାବାଞ୍ଜିର ଜଣେ ବ୍ୟବସାୟଙ୍କୁ ଏକ ଡକାୟତ ଦଳ ଭଙ୍ଗାବାରି ନିକଟରେ ଅଟକାଇ ୨ ଲକ୍ଷ ୫୫ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ସଦର ଥାନା ଆଇଆଇସି ନରେନ୍ଦ୍ର କୁମାର ପ୍ରଧାନଙ୍କ ସୂତ୍ରରୁ ପ୍ରକାଶ । ଏନେଇ ଭବାନୀପାଟଣା ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଦଶହରା ଥିବା ଯୋଗୁଁ ପୁଲିସ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ବ୍ୟସ୍ତ ରହିଥିଲା। ଗତ ରବିବାର ସନ୍ଧ୍ୟାରେ ୨ଜଣ ଫେରାର ମାରୁଥିବା ବେଳେ ପୁଲିସ ତାଙ୍କୁ କାବୁ କରିଥିଲା। ଏହି ଘଟଣାରେ ପୁଲିସ ୪ଜଣ ୱେବ୍ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଆଜି ଗିରଫ କରିଛି। ଏହି ଘଟଣାରେ ଅନ୍ୟମାନେ ଫେରାରଥିବା ଜଣାପଡିଛି। ତେବେ ଏହି ଘଟଣାରେ ପ୍ରାୟ ୮ ଜଣ ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି।