
ଭବାନୀପାଟଣା-୧୯/୧୨ ଆଜି ସକାଳେ ସ୍ଥାନୀୟ ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଇନ୍ଦ୍ରାବତୀ ମହିଳା ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଶରୀର ଦେଖି ହଷ୍ଟେଲ ସୁପରିନଟେଣ୍ଡଣ୍ଟ ରାଜଶ୍ରୀ ପ୍ରଧାନ ଟାଉନ୍ ଥାନାକୁ ଖବର ଦେଇଥିଲେ। ଖବର ପାଇ ଆଇଆଇସି ଯଶୋବନ୍ତ ହିଆଲଙ୍କ ନେତୃତ୍ବରେ ପୋଲିସ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଖବର ଲେଖା ହେଲା ବେଳକୁ ଶବ ବ୍ୟବଚ୍ଛେଦ ଚାଲିଥିବା ଆଇଆଇସି ଶ୍ରୀ ହିଆଲଙ୍କ ସୂତ୍ରରୁ ପ୍ରକାଶ। ମୃତ ଛାତ୍ରୀଙ୍କ ଘର ଥୁଆମୂଳ ରାମପୁର ବ୍ଲକର ବିରିକୋଟ ଗ୍ରାମର ହୋଇଥିଲା ବେଳେ ଛାତ୍ରୀଙ୍କ ମୃତ୍ୟୁ ଖବର ପାଇ ଗାଁ ଲୋକେ ହଷ୍ଟେଲ ନିକଟରେ ପହଞ୍ଚିବା ପରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।