ତୁଣ୍ଡଲା ସରପଞ୍ଚ ହାଇଦ୍ରାବାଦରୁ ଫେରିଲା ପରେ କେସିଙ୍ଗା ବ୍ଲକ ତରଫରୁ ସମ୍ବର୍ଦ୍ଧନା

କେସିଙ୍ଗା-୨୪/୧୦ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁଣ୍ଡଲା ଗ୍ରାମ ପଞ୍ଚାୟତର ସରପଞ୍ଚ ସରୋଜ ସେଠ୍ କଳାହାଣ୍ଡିରୁ ଏକମାତ୍ର ପଞ୍ଚାୟତସ୍ତରୀୟ ଜନପ୍ରତିନିଧି ଭାବେ ହାଇଦ୍ରାବାଦରୁ ଟ୍ରେନିଂ ନେଇ ଫେରିଲା ପରେ ଆଜି ବ୍ଲକ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ସୂଚନାରୁ ପ୍ରକାଶ ଯେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ତରଫରୁ ଗ୍ରାମାଞ୍ଚଳରେ ସରଳ ଜୀବନ ଯାପନ ନିମନ୍ତେ ପଞ୍ଚାୟତସ୍ତରୀୟ କିଛି ଜନପ୍ରତିନିଧିଙ୍କୁ ନେଇ ଏକ ଆଞ୍ଚଳିକ କର୍ମଶାଳା ମାଧ୍ୟମରେ ଟ୍ରେନିଂ ଦିଆଯାଇଥିଲା। ସଂପୃକ୍ତ ବିଭାଗୀୟ କାର୍ଯ୍ୟାଳୟ ଚିଠି ନଂ ୨୨୧୮/ପି ଡି/ ତା.୧୪.୧୦.୨୪ ଅନୁସାରେ ଆଞ୍ଚଳିକ କର୍ମଶାଳାରେ ଟ୍ରେନିଂ ପାଇଁ କଳାହାଣ୍ଡି ଜିଲ୍ଲାର ଏକମାତ୍ର ପଞ୍ଚାୟତ ପ୍ରତିନିଧି ଭାବେ ତୁଣ୍ଡଲା ସରପଞ୍ଚ ସରୋଜ ସେଠ୍ ମନୋନୀତ ହୋଇ ହାଇଦ୍ରାବାଦ ଯାଇଥିଲେ। ଗତକାଲି ଫେରିବା ପରେ ଆଜି ସରପଞ୍ଚ ଶ୍ରୀ ସେଠ୍ ଙ୍କୁ ବ୍ଲକ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ବିଡ଼ିଓ ପଦ୍ମନାଭ ପୁରୋହିତ, ଏବିଡିଓ ସିଦ୍ଧେଶ୍ୱର ମେହେରଙ୍କ ସମେତ ଅନ୍ୟାନ୍ୟ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *