ଦୀର୍ଘ ୧୬ ବର୍ଷ ପରେ ଉନ୍ନତି କରଣ ହେଲା କେନାଲ ରାସ୍ତା

ଭବାନୀପାଟଣା-୧/୬ ବହୁମୂଖୀ ଇନ୍ଦ୍ରାବତୀ ଜଳ ପ୍ରକଳ୍ପର ଡାହାଣ କେନାଲ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିଲା l ଏହି ରାସ୍ତା ଚାଷୀଙ୍କ ଏକମାତ୍ର ନିର୍ଭରଯୋଗ୍ୟ ହୋଇଥିବା ବେଳେ ଏହାର ପୂନର୍ରୁଦ୍ଧାର ହେଉ ନ ଥିବାରୁ ଚାଷୀଙ୍କ ମହଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା l ଏହି ରାସ୍ତା ଏପରି ଶୋଚନୀୟ ହୋଇ ପଡିଥିଲା ଯେ ଖୋଦ ବିଭାଗୀୟ କର୍ମଚାରୀ ମାନେ ମଧ୍ୟ ଯାତାୟାତ କରି ପାରୁ ନ ଥିଲେ l ଚାଷୀଙ୍କ ଆପତ୍ତି ଅଭିଯୋଗକୁ ଆଧାର କରି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ରାଜ କୁମାର ବେହେରା ତତ୍ପରତା ପ୍ରକାଶ କରିଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଏନେଇ ଅବଗତ କରାଇବା ପରେ କାମ୍ପାସ ଯୋଜନାରୁ ୨୪ କୋଟି ଟଙ୍କା ବ୍ୟୟବରାଦ କରି ଟେଣ୍ଡର ଆହ୍ୱାନ କରାଯାଇଥିଲା l ଓସିସି କମ୍ପାନୀ ପକ୍ଷରୁ ଏହାର ଟେଣ୍ଡର କରାଯାଇଥିଲା ବେଳେ ସଚିନ ଅଗ୍ରୱାଲ ଠିକାଦାର ଭାବେ ନିଯୁକ୍ତି ପାଇଥିଲେ l ଏହା ଶୂନ୍ୟ କିଲୋମିଟରରୁ ଆରମ୍ଭ ହୋଇ ୪୧ କିଲୋମିଟର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା l କାର୍ଯ୍ୟ ସଂପାଦନ କରିଥିଲେ ଇନ୍ଦ୍ରାବତୀ ବହୁମୁଖି ଜଳ ପ୍ରକଳ୍ପର ଯନ୍ତ୍ରୀ। ମଙ୍ଗଳପୁର ଡ଼୍ୟାମ ଠାରୁ କଲମପୁର ବ୍ଲକ ଦେପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମିତ ହେଲା l ଫଳରେ ୧୧ଟି ରାଜସ୍ୱ ଗ୍ରାମର ଚାଷୀ ସମେତ ମଙ୍ଗଳପୁର, ବେଙ୍ଗେର, କନକପୁର,କୁରିଗୁମା,ରାଣିବାହାଲ,ଚୁରାଗାଁ,ବଦ୍ଦକନା,ପଣ୍ଡିଗା, କଲମପୁର,ଓ ଦେପୁର ଗ୍ରାମର ସାଧାରଣ ଲୋକ ମଧ୍ୟ ଉପକୃତ ହେଲେ l ଦୀର୍ଘ ୧୬ବର୍ଷର ବ୍ୟବଧାନ ପରେ ଲୋକେ କେନାଲ ଉପରେ ଚକାଚକ ରାସ୍ତା ପାଇବାରୁ ସୁବିଧାରେ ଗମନାଗମନ କରୁଛନ୍ତି। ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନିର୍ମିତ ଏହି ରାସ୍ତା ତଦାରଖ ପାଇଁ ଭବାନୀପାଟଣାରୁ ଜିଲ୍ଲା କ୍ୟାଲିଟ୍ କଣ୍ଟ୍ରୋଲର ଅଧିକ୍ଷଣ ଯନ୍ତ୍ରୀ ଗସ୍ତ କରି ବିଭିନ୍ନ ସ୍ଥାନରେ ପରୀକ୍ଷା ନୀରୀକ୍ଷା କରି କାର୍ଯ୍ୟର ମାନକୁ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ l ଏହି ରାସ୍ତା ହେବା ପରେ ଲୋକଙ୍କ ଦୀର୍ଘ ଦିନର ପ୍ରତିକ୍ଷାର ଅନ୍ତ ଘଟିଛିl

Leave a Reply

Your email address will not be published. Required fields are marked *