କାହା ସ୍ବାର୍ଥରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି କରିବା ପ୍ରଶାସନିକ ଅଧିକାରୀଙ୍କ ଉଦ୍ଦେଶ୍ୟ କଣ

କେସିଙ୍ଗା -କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଲଇତରା ପଞ୍ଚାୟତର ରେତନଦୀ କୂଳରେ ଜନୈକ ବ୍ୟକ୍ତି ପ୍ରାୟ ୪ ଏକରରୁ ଉର୍ଦ୍ଧ୍ବ ଖାଲୁଆ ଜମିରେ ପାଖାପାଖି ୫ ଫୁଟ ମାଟି ପୋତିବା ବାବଦ କେତେ ରୟାଲିଟ୍ ଆଦାୟ କରାଯାଇଛି ସେନେଇ ଜିଲ୍ଲାପାଳଙ୍କ ଜନଶୁଣାଣୀ ପ୍ରକୋଷ୍ଠରେ ଗତ ଜାନୁଆରୀ ୨୭ ତାରିଖରେ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳ ଅଭିଯୋଗ ପାଇ କେସିଙ୍ଗା ତହସିଲଦାରଙ୍କୁ ଏହାର ବୁଝିବା ଦାୟିତ୍ବ ଦେଇଥିଲେ । ଏହାର ୨/୩ ପରେ ଅଭିଯୋଗକାରୀ ତହସିଲ କାର୍ଯ୍ୟାଳୟକୁ ଯାଇ ଉକ୍ତ ଅଭିଯୋଗ ବିଷୟରେ ତହସିଲଦାରଙ୍କୁ ପଚାରିଥିଲେ। ତାପରେ ତହସିଲଦାର କହିଲେ ସେ ଲୋକ ଠାରୁ ଜରିମାନା ଆଦାୟ କରାଯାଇଛି ବୋଲି କହି ଜିଲ୍ଲା ଉପ ଖଣି ନିର୍ଦ୍ଦେଶାଳୟର ଏକ ରସିଦ ନଂ ୩୮୩୦୩୮୬/ତା ୧୮.୧.୨୦୨୫ ରିଖରେ ଖାତା ନଂ ୭୨ ଓ ପ୍ଲଟ୍ ନଂ ୧୫୨୮ ଉପରେ ବ୍ରହ୍ମା କୁମାର ଗୋଏଲଙ୍କ ଠାରୁ ୧ ଲକ୍ଷ ୨୬ ହଜାର ୨୭୩ ଟଙ୍କାର ରସିଦ ଅଭିଯୋଗକାରୀଙ୍କ ହ୍ବାଟସ ଆପ୍ କୁ ପଠାଇଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ଶିବିରକୁ ଅନଲାଇନ ମାଧ୍ୟମରେ ଆବେଦନ ପତ୍ର ପଠାଇଥିଲେ। ତେବେ ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟକୁ ଏହାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ପୁନଃ କେସିଙ୍ଗା ତହସିଲଦାରଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତହସିଲଦାର ଏହାର କୈାଣସି ତଦନ୍ତ ନକରି ଗତ ୧୭.୦୨.୨୦୨୫ ରିଖରେ ଅଭିଯୋଗକାରୀ ଚନ୍ଦ୍ରମଣି ସ୍ବାଇଁଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭୁଲ୍ ବୋଲି ରିପୋର୍ଟ ଦେବା ସହ ଲଇତରା ଗ୍ରାମର ଯୋଗେନ୍ଦ୍ର ଭୋଇଙ୍କ ପ୍ଲଟ୍ ନଂ ୯୯୮ଓ ଖାତା ନଂ ୧୧୫ ଉପରେ ମାଟି ଉଠାଣ ବାବଦ ଇ- ଚାଲାଣ ନଂ ୩୮୨୯୮୩ଏ୮ବି୯/ ତା.୧୪.୧୨.୨୦୨୪ ରିଖରେ ୧୮୬୩୯ ଟଙ୍କା ଇଣ୍ଡିଆନ ବ୍ୟାଙ୍କରେ ୯.୪୦.୨୮ଏଏମ୍ ରେ ଜମା କରାଯାଇଥିବା ଏକ ରସିଦ ସଂଲଗ୍ନ କରି ଜିଲ୍ଲାପାଳଙ୍କ ନିକଟକୁ ଏକ ରିପୋର୍ଟ ପଠାଯାଇଥିଲା। ଏହାକୁ ପାଥେୟ କରି ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ ପରେ ଉକ୍ତ କେଶକୁ ବନ୍ଦ କରିଦିଆଯାଇଛି। ତେବେ ଯେଉଁ ଯାଗା ଉପରେ ମାଟି ପୋତା ଯାଉଥିବା ନେଇ ପ୍ରଶ୍ନ ଉଠିଛି, ସେ ଯାଗା ଉପରେ କୈାଣସି ଉତ୍ତର ନଦେଇ ଅନ୍ୟ ଦୁଇ ଦୁଇଟା ଭିନ୍ନ ଭିନ୍ନ ରସିଦ ଦେଖାଇ ତଦନ୍ତକୁ ବାଟବଣା କରାଯାଇଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏଠାରେ ପ୍ରଶ୍ନ ଉଠୁଛି ଯଦି ୧୭ ତାରିଖରେ କେଶ୍ ବନ୍ଦ କରି ଦିଆଯାଇଛି ତେବେ ଅଭିଯୋଗ କାରୀଙ୍କୁ ଗତ ୨୦ ତାରିଖରେ କାହିଁକି ନୋଟିସ ପଠାଇ କେସିଙ୍ଗା ସ୍ଥିତ ତହସିଲ କାର୍ଯ୍ୟାଳୟରେ ୨୧ ତାରିଖରେ ଉପସ୍ଥିତ ହୋଇ ତୁମେ କରିଥିବା ଗ୍ରୀଭାନ୍ସରେ ଭାଗ ନେବାକୁ ତହସିଲଦାର କାହା ସ୍ବାର୍ଥରେ ଚିଠି କଲେ ତାହା ସନ୍ଦେହ ଘେରକୁ ଆସିଛି। ଏଣୁ ମୁଖ୍ୟମନ୍ତ୍ରୀ ଏହାର ପୁନଃ ଏକ ନିରପେକ୍ଷ ସଂସ୍ଥା ଦ୍ବାରା ତଦନ୍ତ କଲେ ସତ୍ୟ ଘଟଣା ଲୋକଲୋଚନକୁ ଆସିବା ସହିତ ରାଜ୍ୟ ସରକାର ବିପୁଳ ପରିମାଣରେ ରାଜସ୍ୱ ପାଇପାରନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *