ଆଉ ଏକ ଆରଟିଆଇ ତଥ୍ୟ ଅନୁସାରେ ଲମ୍ବୁ ଶିଖାଙ୍କ ନାମରେ ଦୁର୍ନୀତି ହିଁ ଦୁର୍ନୀତି

କେସିଙ୍ଗା-୩/୩ ଆଉ ଏକ ଆଇଟିଆଇ ତଥ୍ୟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୫ତମ ସିଏଫସି ଯୋଜନାରେ ଉତ୍କେଳା ପଞ୍ଚାୟତର ବସ୍ ଷ୍ଟପ୍ ନିକଟରେ ଏକ ଅମୃତ ଧାରା ପ୍ରକଳ୍ପ ନିର୍ମାଣ ଲାଗି ୨ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏଥିପାଇଁ ଉତ୍କେଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଚିଠି ନଂ ୪୨/ ତା.୨୦.୧. ୨୦୨୪ ରିଖରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାରେ ବ୍ରାଇଟ୍ କନଷ୍ଟ୍ରକ୍ସନ୍, କଳାହାଣ୍ଡି କମ୍ ଟଙ୍କା ନିଲାମ ଦେଇ କାମ ହାତେଇବାରେ ସଫଳ ହୋଇଥିଲା। ଏହି ପ୍ରକଳ୍ପ ନିର୍ମାଣ ସରିଲା ପରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଓ ଭାରପ୍ରାପ୍ତ ଏଇଇ ମାପଚୁପ କରିଥିଲେ। କିନ୍ତୁ ପଞ୍ଚାୟତର ପୂର୍ବତନ ପିଇଓ ଶ୍ରୀ ଶିଖା ଭାଉଚର ନଂ ୮/ ଏକ୍ସଭିଏଫସି/୧୩. ୦୯.୨୦୨୪ ଓ ଭାଉଚର ନଂ ୧୧/ ଏକ୍ସଭିଏଫସି/୨୩.୦୯.୨୦୨୪ ରେ ଦୁଇ ଦୁଇଥର ଚେଷ୍ଟା କରିଥିଲେ ହେଁ ଆକାଉଣ୍ଟରେ ଆବଶ୍ୟକ ପରିମାଣରେ ଟଙ୍କା ନଥିବାରୁ ଆଜିଯାଏ ତାହା ପରିଶୋଧ ହୋଇପାରିନାହିଁ। ସେହିପରି ଭାରପ୍ରାପ୍ତ ଏଇଇ ଓ ବିଏଫଓ ତଦନ୍ତରୁ ଜାଣିପାରିଥିଲେ ଯେ ତା.୦୪.୦୯.୨୦୨୪ ଦିନ କ୍ୟାସ୍ ବୁକ୍ ଅନୁସାରେ ୩୪ ଲକ୍ଷ ୭୪ ହଜାର ୬୭୧ ଥିଲାବେଳେ ବ୍ୟାଙ୍କ ପାସ୍ ବୁକ୍ ରେ ୩ ଲକ୍ଷ ୩୧ ହଜାର ୮୧୭ ଟଙ୍କା ଥିବା ଜଣାପଡିଥିଲା। ତେବେ ୨୦୨୨-୨୩ ଆର୍ଥିକ ବର୍ଷର ଶେଷ ସୁଦ୍ଧା ବ୍ୟାଙ୍କରେ ୪୫ ହଜାର ୭୨୧ ଥିବାବେଳେ ଅମୃତ ଧାରା ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥ ଅଭାବରୁ ଉକ୍ତ ପ୍ରକଳ୍ପର ପ୍ରାପ୍ୟ ଆଜିଯାଏ ଦିଆଯାଇ ପାରିନାହିଁ। ଅପର ପକ୍ଷରେ ଉତ୍କେଳା ପଞ୍ଚାୟତର ପୂର୍ବତନ ପିଇଓ ରୁଦ୍ରାକ୍ଷ ସ୍ବାଇଁଙ୍କ ଅଭିଯୋଗ ଅନୁସାରେ ଏମ୍ ଆର୍ ନଂ ୫୨/ତା. ୧୨.୦୭.୨୦୨୪ ରିଖ ଅନୁସାରେ ଜଗଦମ୍ବା ଏସଏଚଜି ମହିଳାମାନେ ଗତ ଆର୍ଥିକ ବର୍ଷରେ ମାଛଚାଷ ଲାଗି ଓଡ଼ିଶା ଗ୍ରାମ ପଞ୍ଚାୟତର ରୁଲ୍ ୨୦୧୪ ଧାରା ୫୭ ଆଧାରରେ ୧ ଲକ୍ଷ ୧୬ ହଜାର ୩୦୦ ଟଙ୍କା ଜମା କରିଥିଲେ ହେଁ ଉକ୍ତ ଟଙ୍କା କୈାଣସି ଜାତୀୟ ବାଣିଜ୍ୟିକ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଜମା ନକରି ପୂର୍ବତନ ପିଇଓ ଶ୍ରୀ ଶିଖା ନିଜ ପାଖରେ ରଖିଥିଲେ। ଏହିପରି ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ପ୍ରତି ରାସନ୍ କାର୍ଡ ଧାରୀଙ୍କୁ ୧ ହଜାର ଟଙ୍କା ଓ ଗୋଟିଏ ବ୍ୟାଗ୍ ଦେଇଥିଲେ। ହେଲେ ବଳକା ରହିଯାଇଥିବା ପିଡିଏସ ଅର୍ଥ ୪୮ ହଜାର ନ ଫେରାଇ ଯୋଗାଣ ବିଭାଗ ଆକାଉଣ୍ଟରେ ପକାଇବା ଏବଂ ଧାରା ୫୬ ଅଫ୍ ରିସିପ୍ଟ୍ ଓ ପେଟେଣ୍ଟ ରୁଲ ୧୯୮୩ ଅନୁସାରେ ପୂର୍ବତନ ପିଇଓ ଲମ୍ବୁ ଶିଖାଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଇଥିଲା ବେଳେ ଉକ୍ତ ଅର୍ଥର ବିନିଯୋଗ ତଦନ୍ତ ସାପେକ୍ଷ। ଏଥିସହିତ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ବ୍ୟାପକ ଅର୍ଥ ବାଟମାରଣା କରିଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ପ୍ରକାଶ। ଅନ୍ୟପକ୍ଷେ ଶ୍ରୀ ଶିଖା ଏହିସବୁ ଦୁର୍ନୀତିରେ କେତେକ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ପରୋକ୍ଷ ପ୍ରୋତ୍ସାହନ ଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଏହା ମଧ୍ୟ ତଦନ୍ତ ସାପେକ୍ଷ ।

Leave a Reply

Your email address will not be published. Required fields are marked *