ଧଅଁରାମାଲ ଠାରେ ଲକ୍ଷ୍ମୀପୂଜା

ନର୍ଲା (ପ୍ରଦୀପ କୁମାର ଗଉଡ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲ ଠାରେ ମହାଲକ୍ଷ୍ମୀ ପୂଜା ଅବସରରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ବରିଷ୍ଠ କଳାକାର ଉଦ୍ଧବ ଭୋଇ, ଖଗପତି ମଟାଲି, ନାଟ୍ୟ ନିର୍ଦ୍ଦେଶକ ସୌରଭ ମହାପାତ୍ର, ଯୁବ ଲେଖକ ଡିଲେଶ୍ୱର ରଣା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। କଳାକାର ହେମନ୍ତ ପୁଟେଲ ମଞ୍ଚ ପରିଚାଳନା କରିଥିବା ବେଳେ କମିଟି ସଭାପତି ଜିତେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଏ ଅବସରରେ ଏକ ନୃତ୍ୟ ଆସର ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର କୋଣ ଅନୁକୋଣରୁ ଅନେକ କଳାକାର ଉପସ୍ଥିତ ହୋଇ ନୃତ୍ୟ ପରିବେଷଣ କରିଥିଲେ। ମଳୟ ମାଝୀ, ମୋଚନ ଯାଦବ ଓ ସୌରଭ ମହାପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଶେଷରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଆୟୋଜିତ ଲକ୍ଷ୍ମୀ ପୂଜାର ତ୍ରିମୋହନ କରୁଆଁ ସପତ୍ନୀକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ।

Leave a Reply

Your email address will not be published. Required fields are marked *