
କେସିଙ୍ଗା ତା ୨୯.୧୧(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା
କେସିଙ୍ଗା ବ୍ଲକ କନ୍ତେଶିର ପଞ୍ଚାୟତ ଅନ୍ତର୍ଗତ ତଅଁଶିର ଗ୍ରାମର ଜନ୍ମଶି ନାଏକଙ୍କ ଧାନ ଗଦାରେ କେହି ଦୃର୍ବୁତ୍ତ ନିଆଁ ଲଗାଇଥିବାରୁ ପ୍ରାୟ ୫୦କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ଧାନ ପୋଡି ନଷ୍ଟ ହୋଇଥିବାରୁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଉକ୍ତ ଗ୍ରାମର ଜନ୍ମଶି ନାଏକ ଓ ତାଙ୍କ ପରିବାର ବର୍ଗ ଭୋର ସକାଳୁ ନିଜ ଧାନ ଗଦାରେ ନିଆଁ ଲାଗିଥିବା ଜାଣି କେସିଙ୍ଗା ଥାନାକୁ ଖବର ଦେଇଥିଲେ । ଥାନା ପୋଲିସ ପକ୍ଷରୁ ଦମକଳ ବାହିନୀ କାର୍ଯ୍ୟାଳୟକୁ ଖବର ଦେବାରୁ ସଙ୍ଗେ ସଙ୍ଗେ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ସୁଦ୍ଧା ସେତେ ବେଳକୁ ସବୁ ଧାନ ପୋଡି ନଷ୍ଟ ହୋଇଥିଲା । ଯେଉଁ ଧାନରୁ ଦିନେ ଚାଉଳ ହୋଇଥାନ୍ତା। ପରିବାର ବର୍ଗ ବର୍ଷ ସାରା କେମିତି ଚଳିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ସେହି ଧାନ ପାଉଁଶରେ ପରିଣତ ହୋଇଯାଇଛି। ଜଣେ ଗରୀବ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନକୁ ପାଉଁଶ ହେଉଥିବା ଦେଖି ତାଙ୍କ ପତ୍ନୀ ଓ ତାଙ୍କ ପରିବାର ଲୋକେ ବାହୁନି ବାହୁନି କାନ୍ଦୁଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ଦୁଇ ଏକର ଚାଷ ଜମିରୁ ଧାନ କାଟି ଖେତରେ ଗଦା କରି ରଖିଥିଲେ ।ଯେଉଁଠାରୁ କି ପାଖାପାଖି ୫୦ କ୍ଵିଣ୍ଟାଲରୁ ଅଧିକ ଧାନ ପୋଡି ନଷ୍ଟ ହୋଇଯାଇଛି ।