
ନର୍ଲା,୨୨/୧୦ (ପ୍ରଦୀପ କୁମାର ଗଉଡ) ୨୦୨୩-୨୪ ଆର୍ଥିକ ବର୍ଷ ଖରିଫ ଧାନଚାଷର ଇନ୍ସୁରାନ୍ସ ଲାଗୁ କରିବାକୁ ଦାବି କରିଛନ୍ତି ରାକ୍ସି ପଞ୍ଚାୟତର ଚାଷୀ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ପଞ୍ଚାୟତର ଚାଷୀମାନେ ଆଜି ମଙ୍ଗଳବାର ଏନେଇ ଏଡିଏମ ତନ୍ମୟ କୁମାର ଦରଓ୍ବାନଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ରାକ୍ସି ପଞ୍ଚାୟତର ୪ ଖଣ୍ଡ ଗ୍ରାମର ଚାଷଜମିକୁ ଜଳସେଚନର କୈାଣସି ସୁବିଧା ନାହିଁ। ଗତବର୍ଷ ରାକ୍ସି ପଞ୍ଚାୟତରେ ମରୁଡ଼ି ହୋଇଥିଲା। କିନ୍ତୁ ଏହି ଅଞ୍ଚଳରେ ଇନ୍ସୁରାନ୍ସ ଲାଗୁ ହୋଇନାହିଁ। ଅପରପକ୍ଷରେ ଏହି ପଞ୍ଚାୟତର ପଡ଼ୋଶୀ ପଞ୍ଚାୟତ ମାନଙ୍କର ଚାଷୀ ଇନ୍ସୁରାନ୍ସ ଟଙ୍କା ପାଇସାରିଲେଣି। ତେଣୁ ୨୦୨୩- ୨୦୨୪ ବର୍ଷରେ ମରୁଡ଼ି ପ୍ରପୀଡ଼ିତ ରାକ୍ସି ପଞ୍ଚାୟତକୁ ଧାନଚାଷର ଇନ୍ସୁରାନ୍ସ ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି। ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଚାଷୀନେତା ବିଜୟ ଧଙ୍ଗଡାମାଝୀ, କୃଷ୍ଣ ମାଝୀ, ଡ଼ଃ ଭବାନୀଶଙ୍କର ନିଆଲ, ରାକ୍ସି ସରପଞ୍ଚ ଜେମନ୍ତ ପୋଢ, ସଞ୍ଜୟ ଧଙ୍ଗଡାମାଝୀ, ପ୍ରଫୁଲ୍ଲ ଗଉଡ, ସୁନୀଲ ଧଙ୍ଗଡାମାଝୀ, ଟିକେମଣି ଗଉଡ, ସତ୍ରୁଘନ ଧଙ୍ଗଡାମାଝୀ, ଚକିତ ତାଣ୍ଡି, ଚନ୍ଦ୍ରଧ୍ବଜ ମାଝୀ, କିଶୋର ଗଉଡ, ଦିନବନ୍ଧୁ ଗଉଡ, ତୁଲସି ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ।