ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନ ଭବାନୀପାଟଣାରେ ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭବାନୀପାଟଣା: ତା:୦୮/୧୨ ରାଜ୍ୟର କୃଷକମାନଙ୍କ ପାଇଁ ବିଶେଷ କରି ଧାନ ଫସଲ ଉପରେ କୁଇଣ୍ଟାଲ ପିଛା ରହିଥିବା ସହାୟକ ରାଶିର ବୃଦ୍ଧି ନିମନ୍ତେ ରହିଥିବା ବହୁତ ଦିନର ଦାବି ଆଜି ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଛି ।ଏହି ଅବସରେ ବରଗଡ଼ ଜିଲ୍ଲାର ସୋହେଲା ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବର୍ଣ୍ଣାଢ୍ୟ ଉତ୍ସବରେ କୁଇଣ୍ଟାଲ ପିଛା ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ 2300 ଟଙ୍କା ଉପରେ ରାଜ୍ୟ ବଜେଟରୁ 800 ଟଙ୍କା ଇନପୁଟ୍ ସହାୟକ ରାଶି ସହିତ ଚାଷୀଙ୍କୁ ସମୁଦାୟ 3100 ଟଙ୍କା ପ୍ରଦାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଶୁଭାରମ୍ଭ ହୋଇଛି। ଚାଷୀ ହେଉଛନ୍ତି ଅନ୍ନଦାତା । ଚାଷୀଙ୍କର ଆୟବୃଦ୍ଧିକୁ ଦୁଇ ଗୁଣ କରିବା ପାଇଁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଆଜି ନୂଆ ସରକାର ଛଅ ମାସ ମଧ୍ୟରେ ପୂରଣ କରିଛନ୍ତି। ସେଥିପାଇଁ ମୁଁ ଆନନ୍ଦିତ ବୋଲି ଲାଇଭ ଷ୍ଟ୍ରିମିଂ ମାଧ୍ଯମରେ ରାଜ୍ୟର ଦଶଗୋଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ସଂଯୁକ୍ତ ଜିଲ୍ଲାସ୍ତରୀୟ ସମାରୋହରେ ଉପସ୍ଥିତ ଚାଷୀମାନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବୋଧନ କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଭବାନୀପାଟଣା ଖେଳ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ ମୁକେଶ ମହାଲିଙ୍ଗ, ମାନ୍ୟବର ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଯୋଗଦେଇ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵରା ଧାନର ସହାୟକ ମୂଲ୍ୟ ବୃଦ୍ଧି କରି ଚାଷୀଙ୍କ ବହୁଦିନର ଦାବି ପୂରଣ କରିଥିବାରୁ ଚାଷୀମାନଙ୍କ ମୁହଁରେ ହସ ଫୁଟିଛି। ବର୍ତ୍ତମାନ ମଣ୍ଡିରେ ଦଲାଲ ମାନଙ୍କର କୌଣସି ସ୍ଥାନ ନାହିଁ । ଚାଷୀମାନେ ସିଧାସଳଖ ଧାନ ମଣ୍ଡିରେ ନିଜର ଧାନ ବିକ୍ରୟ କରି ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଉଚିତ୍ ମୂଲ୍ୟ ପାଇପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ମହାଲିଙ୍ଗ ଆଲୋକପାତ କରିଥିଲେ । ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଖାଲି ପଡିଥିବା ଆବଶ୍ୟକ ପଦବୀ ଗୁଡିକ ପୂରଣ ପାଇଁ ସରକାର ତତ୍ପରତା ସହିତ ନେଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରେ ଜୟପାଟଣାର ହୃଦାନନ୍ଦ କଂସାରି, ମଙ୍ଗଳପୁରର ତ୍ରିବେଣୀ ସାହୁ, କୋକସରା ଝରିଆଗୁଡାର ବିରାଟ ପଟ୍ଟନାୟକ, ହେମନ୍ତ ଗହୀର, ରୁପ୍ରା ର ନେପାଳ ବିଶ୍ଵାଳ, ନର୍ଲାର ଲବ କୁମାର, ଟେମରାର ଜମ୍ବେ ପ୍ରସାଦ ଚୌଧୁରୀ ପି ପି ସି, ପି ଏ ସି ଏସ୍, ରେ ତାଲିକାଭୁକ୍ତ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟତା ମୂଲ୍ୟ 2300 ଟଙ୍କା ଉପରେ ରାଜ୍ୟ ସରକାରଙ୍କ ଦ୍ଵାରା 800 ଟଙ୍କା ଇନପୁ ସହାୟତା ରାଶି ସହିତ ସମୁଦାୟ 3100 ଟଙ୍କାର ଡମି ଚେକ୍ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାର ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ସଚିନ ପାଓ୍ବାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ କଳାହାଣ୍ଡି ମାଳବିକା ଦେବୀ, ମାନ୍ୟବର ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ, ମାନ୍ୟବର ସଭାପତି ଜିଲ୍ଲା ପରିଷଦ ପୁଷ୍ପେନ୍ଦ୍ର ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପ୍ରମୁଖ ଯୋଗଦେଇଥିଲେ। ଚାଷୀଙ୍କ ହିତ ଉଦ୍ଦେଶ୍ଯରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମକୁ ଡଃ ଉମେଶ ଶତପଥୀ ପରିଚାଳନା କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *