
କେସିଙ୍ଗା- ତା୭.୧୨(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍(AUPTF) କେସିଙ୍ଗା ଶାଖା ତରଫରୁ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ମାନଙ୍କୁ ଗତ ଶନିବାର ସ୍ଵାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଦୋରା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଆନନ୍ଦ କୁମାର ବେହେରା ମହୋଦୟ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଧୀରେନ୍ଦ୍ର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ନୀଳମାଧବ ପଟ୍ଟନାୟକ, ଅଧ୍ୟକ୍ଷ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ,କେସିଙ୍ଗା ଓ କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିରେନ୍ଦ୍ର ବାଗ ମହୋଦୟ ଯୋଗ ଦେଇଥିଲେ ।ପ୍ରଥମେ ଦ୍ଵିପ ପ୍ରଜ୍ବଳନ କରି ନୀରବ ପ୍ରାର୍ଥନା କରାଯାଇଥିଲା ।ଏହାପରେ ଅତିଥି ମାନଙ୍କୁ ସ୍ଵାଗତ ସହ ପରିଚୟ ପ୍ରଦାନ କରାଯାଇଥିଲା । ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଶିକ୍ଷୟତ୍ରୀ ପୁଷ୍ପଲତା ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଏକ ସୁନ୍ଦର ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ବିବରଣୀ ପାଠ କରିଥିବା ବେଳେ ସଭାପତି ଶ୍ରୀଯୁକ୍ତ ଦୋରା ଏହି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହା ପରେ ସମସ୍ତ ମଞ୍ଚାସୀନ ଅତିଥି ଗଣ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ତତ୍ ପରେ ଶିକ୍ଷକ ଶ୍ରୀଯୁକ୍ତ ଅବନୀ ରଞ୍ଜନ ପଧାନ ନୂତନ ପ୍ରାଥମିକ ଶିକ୍ଷକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଗୋଲାପ ଫୁଲ ଓ ଔପଢୋକନ ଦେଇ ସମ୍ବର୍ଦ୍ଧନା କରlଇବା ପାଇଁ ଆହ୍ଵାନ ଦେଇଥିଲେ । ଶିକ୍ଷୟତ୍ରୀ ଶ୍ରୀମତୀ ଜ୍ୟୋସ୍ନା ପରିଡ଼ା ଓ ବନ୍ଦନା ଦାଶ ସମସ୍ତଙ୍କୁ ଫୁଲ ଚନ୍ଦନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଶିକ୍ଷୟତ୍ରୀ ସୁଭସ୍ମିତା ଦାଶ, ପୂଜା ବଳସାମନ୍ତ, ପ୍ରିୟମ୍ବଦା ପରିଡ଼ା, ଲକ୍ଷ୍ମୀ ବିଶୋଇ, ଶିକ୍ଷକ କୈଳାସ ବିଶି, ପଞ୍ଚାନନ ନାଗ, ବିନୋଦ ବାଗ, ଉତ୍କେଳା ସି ଆର ସି ସି ଭୀଷ୍ମରଥୀ ସାହୁ, ଜୁଜୁରାଙ୍ଗ ସି ଆର ସି ସି ପ୍ରମୋଦ ମେହେର, କେସିଙ୍ଗା ଏନ୍ ଏ ସି ଆର ସି ସି ଶ୍ରୀ ଚନ୍ଦ୍ରଧ୍ୱଜ ନାଗ, କାଣ୍ଡେଲ ସି ଆର ସି ସି ଶ୍ରୀ ଆଶୁତୋଷ ଭୋଇ, ଫଟକାମାଲ୍ ସି ଆର ସି ସି ଗିରିଧାରୀ ମାଝୀ କଶୃପଡା ସି ଆର ସି ସି ଗୋବିନ୍ଦ ବାଗ ଉପସ୍ଥିତ ଥିଲେ । ସର୍ବ ଶେଷରେ ଶ୍ରୀଯୁକ୍ତ ଖୁସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଲଇତରା ସି ଆର ସି ସି ଶ୍ରୀଯୁକ୍ତ ତପନ କୁମାର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।