ନାରୀ ସବୁ କ୍ଷେତ୍ରରେ ଆଜି ଆଗୁଆ

ଭବାନୀପାଟଣା- ୧୫/୧ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ମହିଳା ପ୍ରତିଯୋଗୀତା ସବ୍ କମିଟୀ ଦ୍ଵାରା ଜିଲ୍ଲା ସ୍ତରୀୟ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କମିଟୀ ଅଧ୍ଯକ୍ଷା ଜ୍ୟୋତିରାଣୀ ଦାସ ଅଧକ୍ଷତା କରିଥିବା ବେଳେ ଶ୍ରୀମତୀ ଷଡଙ୍ଗୀ ମଞ୍ଚ ପରିଚାଳନା କରିଥିଲେ। ସି ଆର ପି ଏଫ ୬୪ ବାଟାଲିୟନ କମାଣ୍ଡର କମାଣ୍ଡାଣ୍ଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରଔନ, ଜିଲ୍ଲା ଚିକିତ୍ସା ଅଧିକାରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ, ମିଶନ ଶକ୍ତି ଅଧିକାରୀ, ଯୋଜନା ଓ ସମନ୍ଵୟ ଅଧିକାରୀ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ମହିଳାମାନଙ୍କ ମଧ୍ୟରେ ବକ୍ତୃତା, ଏକକ ଅଭିନୟ, ଟ୍ରାଡିସନାଲ ଲୁକସ୍ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମହିଳା କମିଟୀର ସୁକାନ୍ତି ସରାଫ, ମିନତୀ ପ୍ରଧାନ ସମେତ ଅନେକ କର୍ମକର୍ତ୍ତା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *