ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ତାଲିମ ଶିବିର

ଭବାନୀପାଟଣା- ୨୦/୧୨ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗ ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ଆର୍ ସି ଡ଼ି ସି ଭୁବନେଶ୍ୱର ଙ୍କ ତରଫରୁ, ବି ଏମ୍ ଜେଡ୍ ଜର୍ମାନ ଓ ଚାଇଲଡ୍ ଫଣ୍ଡଙ୍କ ସହାୟତାରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ସଭ୍ୟ/ସଭ୍ୟା ମାନଙ୍କୁ ନେଇ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ରଥୁରାମ୍ ବାଗ ପ୍ରକଳ୍ପ ସଂଯୋଜକ ଆର୍ ସି ଡ଼ି ସି ସ୍ବାଗତ ଜଣାଇ ତାଲିମ୍ କାର୍ଯ୍ଯକ୍ରମ କରିବା ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ। ସୁଶ୍ରୀ ସ୍ୱର୍ଣ୍ଣଲତା ମହାନ୍ତି ତାଲିମ ଦାତ୍ରି ଭାବରେ ଉପସ୍ଥିତ ରହି ସରକାରଙ୍କ ଦ୍ଵାରା ପ୍ରଣୀତ ଶିଶୁ ଆଇନ, ଶିଶୁ ସୁରକ୍ଷା, ଅବହେଳିତ ଶିଶୁକୁ କେମିତି ସୁରକ୍ଷା ପ୍ରଦାନ କରିବା, ପୋସ୍କୋ ଏକ୍ଟ, ବାତ୍ସଲ୍ୟ ଯୋଜନା ତଥା ପଞ୍ଚାୟତ ସ୍ତରୀୟ ସଭ୍ୟ/ସଭ୍ୟାଙ୍କ ଦାୟିତ୍ଵ, ଭୂମିକା ଓ ଦକ୍ଷତା ବିଷୟରେ ତାଲିମ ପ୍ରଦାନ କରିଥିଲେ। ସରପଞ୍ଚ ଶ୍ରୀନାରାୟଣ ଅଘରିଆ, ନାଏବ ସରପଞ୍ଚ ଶ୍ରୀମତି ପ୍ରମିଳା ଅଘରିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସଞ୍ଜୟ କୁମାର ଅଘରିଆ ଗୋଷ୍ଠୀ ପ୍ରବର୍ତ୍ତକ ଓ ସୁଧାଂଶୁ ଶେଖର ନାଏକ ଶିଶୁ ଶିକ୍ଷା ସାଥୀ ଆର୍ ସି ଡ଼ି ସି ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *