
କଲମପୁର , ୧୪/୧(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବେଲପଡା ସ୍ଥିତ ମାଁ ତାରିଣୀ ମନ୍ଦିର ପରିସରରେ ମଙ୍ଗଳବାର ଦିନ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟୀର ସଭାପତି ଶ୍ରୀଧର ସାହୁ, ଉପସଭାପତି ଦାମୋଦର ମିଶ୍ର, ସଂପାଦକ କୋଷାଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଅଷ୍ଟ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମରେ ସୁମନ୍ ମିଶ୍ର କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ମନୋଜ ମିଶ୍ର ସନ୍ତୋଷ ଆଚାରି, ରାଜେନ୍ଦ୍ର ପଟ୍ଟନାୟକ ଇନ୍ଦ୍ର ସାହୁ, ଦଇତାରୀ ବାରିକ ତଥା ବେଲ ପଡ଼ାର ମାଁ ତାରିଣୀ ମନ୍ଦିର କମିଟିର ସଦସ୍ୟ ସହଯୋଗ କରିଥିବା ବେଳେ ବେଲପଡାର ଆବାଲ ବୃଦ୍ଧ ବନିତା ସମସ୍ତେ ନିଜ ନିଜ ଦାୟିତ୍ୱ ତୁଲାଇଥିଲେ ।