ପାଳ କୁଡ଼ିଆରେ ନିଆଁ ଲାଗି ଦୁଇ ଶିଶୁଙ୍କ ମୃତ୍ୟୁ

ଲାଞ୍ଜିଗଡ଼-୧୨/୨- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କାନ୍ଦୁଲ ଗୁଡ଼ିଆରେ ଏକ ଅସ୍ଥାୟୀ ପାଳ କୁଡ଼ିଆରେ ନିଆଁ ଲାଗଯିବା ଫଳରେ ୨ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, କାନ୍ଦୁଲ ଗୁଡିଆରେ ତିଆରି ହୋଇଥିବା ଅସ୍ଥାୟୀ ପାଳ କୁଡ଼ିଆରେ ବସାଇ ପାଖ ଜଙ୍ଗଲରେ କାଠ ସଂଗ୍ରହ କରୁଥିଲେ ମାଆ। କିଛି ସମୟ ପରେ ଫେରିଆସି ଦେଖିଲା ବେଳକୁ ପାଳ ତିଆରି ଅସ୍ଥାୟୀ କୁଡ଼ିଆ ନିଆଁ ଲାଗି ଜଳି ଜଳିଯିବା ସହିତ ସେଠାରେ ଖେଳୁଥିବା ଦୁଇ ଶିଶୁ ମଧ୍ଯ ଜୀବନୁ ଦଗ୍ଧ ହୋଇଯାଇଛନ୍ତି। ଦୁଇଶିଶୁଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡିଥୂବା ବେଳେ ଦୁଃଖୂନୀ ମାଆର କୋଳଶୂନ୍ୟ ହୋଇଯାଇଛି। ଗାଁର ବଡ଼ ବିଶି ମାଝୀ ଓ ସୁଶାରୀ ମାଝୀଙ୍କ ପାଞ୍ଚ ବର୍ଷର ପୁଅ ଓ ଚାରି ବର୍ଷର ଝିଅ ଆଜି ସକାଳେ ସେମାନଙ୍କ କାନ୍ଦୁଲ ଗୁଡ଼ିଆ (କାନ୍ଦୁଲ ଚାଷ କରିଥିବା ପାହାଡିଆ ଜମି )ରେ ତିଆରି ହାଇଥିବା ପାଳ କୁଡ଼ିଆରେ ବସି ଖେଳୁଥିଲେ। ଏହି ସମୟରେ ଦୁଇ ଶିଶୁଙ୍କୁ ଛାଡ଼ି କିଛି ଦୂରରେ କାଠ ସଂଗ୍ରହ କରୁଥିଲେ ସେମାନଙ୍କ ମାଆ ସୁଶାରୀ ମାଝୀ। କିଛି ସମୟ ପରେ ପାଳ କୁଡ଼ିଆରେ ହଠାତ ନିଆଁ ଲାଗି ଦୁଇ ଶିଶୁ ଜୀବନୁ ଜଳିଯାଉଥିଲେ। ସେମାନଙ୍କ ଚିତ୍କାର ଶୁଣି ସୁଶାରୀ ଆସିବା ବେଳକୁ ସବୁକିଛି ସରି ସାରିଥିଲା । ପୁଅଝିଅଙ୍କ ମୃତ୍ୟୁରେ ସ୍ୱାମୀ -ସ୍ତ୍ରୀ ଭାଙ୍ଗି ପଡିଥିବା ବେଳେ ଦୁଃଖ ଓ ଶୋକରେ ପ୍ରିୟ ୟମାଣ ହୋଇ ସେମାନେ ଗାଁ ମଶାଣିରେ ମୃତ ପୁଅଝିଅଙ୍କ ଶବସଂସ୍କାର କରିଥିବା ଜଣାପଡିଛି। ତେବେ ସରକାରୀ ନିୟମକାନୁନ ବିଷୟରେ ଅଜ୍ଞ ଥୂବା ହେତୁ ପୁଲିସ ପ୍ରଶାସନକୁ ସେମାନେ ସୂଚନା ଦେଇନାହାନ୍ତି। ଅପରପକ୍ଷରେ ଦୁଇ ନିଷ୍ପାପ ଶିଶୁଙ୍କୁ ହରାଇ ବାପା ମାଆଙ୍କ ଆଖୂରୁ ଲୁହ ଶୁଖୁନଥୂବା ବେଳେ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *