ପାଷ୍ଟିକୁଡି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭିଜିଲାନ୍ସ ଦ୍ବାରା ଦୋଷୀ ସାବ୍ୟସ୍ତ, ୩ ବର୍ଷ କାରାଦଣ୍ଡ ଏବଂ ୫୦ ହଜାର ଜରିମାନା

କେସିଙ୍ଗା -୧୮/୨ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବର୍ତ୍ତମାନ କେସିଙ୍ଗା ବ୍ଲକ ପାଷ୍ଟିକୁଡି ପଞ୍ଚାୟତରେ କାର୍ଯ୍ୟରତ ପିଇଓ କ୍ଷମାନିଧି ପ୍ରସାଦ ଦୁରିଆ ଜନୈକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ଠାରୁ ୨୦ ହଜାର ଟଙ୍କା ବିଲ୍ କରିଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭବାନୀପାଟଣା ସ୍ଥିତ ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ୩ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦେବାକୁ ରାୟ ଦେଇଛନ୍ତି। ତେଣୁ ଓଡିଶା ଭିଜିଲାନ୍ସ ବିଭାଗ ଜନୈକ କ୍ଷମତାପ୍ରାପ୍ତ ପ୍ରାଧିକାରୀଙ୍କୁ ନିଯୁକ୍ତି ଦେଇ ବର୍ତ୍ତମାନର ପାଷ୍ଟିକୁଡି ପିଇଓ ଶ୍ରୀ ଦୁରିଆଙ୍କୁ କାର୍ଯ୍ୟରୁ ବହିଷ୍କାର ପାଇଁ ନିର୍ଦେଶ ଦେଇଛନ୍ତି। ଏହି କେଶ ତତ୍କାଳୀନ କୋରାପୁଟ ଡିଭିଜନର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଗ୍ରାହୀ ଯାଞ୍ଚ କରିଥିବା ବେଳେ ସୁଧୀର କୁମାର ପଣ୍ଡା ଏବଂ ଇମ୍ରାନ ଖାଁ ମିଳିତ ଭାବେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତଦାରଖ କରିଥିଲେ।

Leave a Reply

Your email address will not be published. Required fields are marked *