ପିସିସି ସଭାପତି ଭକ୍ତ ଦାସ ଙ୍କୁ କଳାହାଣ୍ଡି କୁର୍ମି ସମାଜ ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ

ଭବାନୀପାଟଣା-୧୩/୨ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟୀ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଓଡିଶା ପ୍ରଦେଶ କଂଗ୍ରେସ କମିଟୀ ସଭାପତି ଭାବେ ଦାୟିତ୍ବ ଦେଇଥିବାରୁ କଳାହାଣ୍ଡି କଂଗ୍ରେସ ଦଳ ତରଫରୁ ଖୁସିର ଲହରୀ ଖେଳିଯାଇଛି। ଏପରିକି ବିଭିନ୍ନ ସଂଗଠନ ମଧ୍ଯ ଖୁସିବ୍ୟକ୍ତ କରି ଶ୍ରୀ ଦାସଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି। ତେବେ କଳାହାଣ୍ଡି ଜିଲ୍ଲା କୁର୍ମି କ୍ଷତ୍ରୀୟ ସମାଜ ତରଫରୁ ସଭାପତି ଅଶ୍ୱିନୀ ପ୍ରଧାନ, ସମ୍ପାଦକ ଭାବଗ୍ରାହୀ ନାୟକ, ସୀତାକାନ୍ତ ପ୍ରଧାନ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଗଙ୍ଗାଧର ପ୍ରଧାନ, କୁଳାଧିପତି ତ୍ରିଭୁବନ ପ୍ରଧାନ, ମହେଶ୍ଵର ପ୍ରଧାନ, କୃଷ୍ନ ଚନ୍ଦ୍ର ପ୍ରଧାନ,ସାମ୍ବାଦିକ ସନ୍ତୋଷ ପ୍ରଧାନ ପ୍ରମୂଖ ନୂତନ ଭାବେ ଦାୟିତ୍ଵ ନେଇଥିବା ପିସିସି ସଭାପତି ଶ୍ରୀ ଦାସଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *