ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ବେସାହାରା ହେଲେ ପରିବାରର ଚାରି ଲୋକ

କଲମପୁର, ୩/୧୨(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁର ଜଣେ ବ୍ୟକ୍ତି ପରିବାର ପ୍ରତିପୋଷଣ କରିବାକୁ ଯାଇ ମୁତ୍ୟୁ ହୋଇଥିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ସୂଚନା ମୁତାବକ କୋଟାଗାଁର ଚନ୍ଦ୍ରଧ୍ଵଜ ଶବର ( ୩୮) ପ୍ରାୟ ୧ବର୍ଷ ହେବ ନିଜ ପରିବାର ପ୍ରତିପୋଷଣ ପାଇଁ ଗାଁର କିଛି ସାଙ୍ଗ ସାଥି ମାନଙ୍କ ସହ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିଲେ l ସୁଦୂର ତାମିଲନାଡୁର ଚେନ୍ନାଇ ତ୍ରିପୁରା ଠାରେ ଥିବା ଏକ କ୍ଲାମେରୀ କଷ୍ଟମ ଟେକଷ୍ଟାଇଲ ସୂତାକଳ ଫ୍ୟାକ୍ଟ୍ରି ରେ ଦିନ ମଜୁରିଆ ଭାବେ କାମରେ ନିୟୋଜିତ ହୋଇଥିଲେ। ଗତ ସୋମବାର ଦିନ ସେହି ଫ୍ୟାକ୍ଟ୍ରିକୁ କାମ କରିଯାଇଥିଲେ, ହେଲେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ସ୍ବାସ୍ଥ୍ୟରେ ଉନ୍ନତି ନ ହେବାରୁ ସେ ମୃତ୍ୟୁମୁଖରେ ପଡିଥିଲେ । ସାଥୀରେ ଥିବା ସାଙ୍ଗମାନେ ମୃତ୍ୟୁ ଖବର ଘରକୁ ଜଣାଇଥିଲେ l ମୃତ୍ୟୁ ଖବର ଶୁଣି ପରିବାର ଏବଂ ସମ୍ପର୍କୀୟ ମାନେ ମର୍ମାହତ ହୋଇପଡିଛନ୍ତି l ସେଠାରେ ଥିବା ସମ୍ପର୍କୀୟ ସାଙ୍ଗସାଥି କମ୍ପାନୀକୁ ଅନୁରୋଧ କରିବାରୁ ଶବକୁ ଗାଁକୁ ପଠାଇବା ବ୍ୟବସ୍ଥା କରିଛନ୍ତି l ଯେହେତୁ ଏକମାତ୍ର ରୋଜଗାରକ୍ଷମ ଚନ୍ଦ୍ରଧ୍ଵଜ ଉପରେ ପରିବାରର ଚାରି ପ୍ରାଣୀ ନିର୍ଭର କରୁଥିଲେ l ଚନ୍ଦ୍ରଧ୍ଵଜର ୨ ନାବାଳକ ପୁଅ, ପତ୍ନୀ ଏବଂ ବୃଦ୍ଧ ବାପା ବେସାହାରl ହୋଇପଡିଛନ୍ତି l ୨ ନାବାଳକ ପୁଅର ଭବିଷ୍ୟତ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି l ଗରିବ ପରିବାର , ପୈତୃକ ସମ୍ପତ୍ତି କିଛି ନାହିଁ l କେବଳ ମଜୁରୀ କଲେ ହିଁ ଚୁଲା ଜଳେ l ଏବେ ଆଗକୁ କିଭଳି ଜୀବନ ଯାପନ କରିବେ ସେ କଥା ଭାବି ଭାବି ପରିବାର ଲୋକେ ବାହୁନି ବାହୁନି କାନ୍ଧୁଛନ୍ତି l ତେଣୁ ଏହି ଅସହାୟ ପରିବାରକୁ ସରକାର ସହାୟତା ଯୋଗାଇ ଦେଲେ ପରିବାର କିଛି ମାତ୍ରାରେ ଉପକୃତ ହୋଇପାରନ୍ତେ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି l

କଲମପୁର

Leave a Reply

Your email address will not be published. Required fields are marked *