ଭବାନୀପାଟଣା ତା:୯/୧୨ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାଇଶିଂପୁର ସ୍ଥିତ ପ୍ରଗତି ମହାବିଦ୍ୟାଳୟର ୧୪ତମ ବାର୍ଷିକ ଉତ୍ସବ ସମର୍ପଣ ୨୦୨୪ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ାକ୍ତର ମୁକେଶ ମାହାଲିଙ୍ଗ, ସମ୍ମାନିତ ଅତିଥି ଭାବେ ମାଁ ମାଣିକେଶ୍ଵରୀ ବିଶ୍ୱ ବିଦ୍ୟାଳୟ କଳାହାଣ୍ଡିର ଭାଇସ୍ ଚାନସେଲର ପ୍ରଫେସର ଡକ୍ଟର ନିବେଦିତା ନାଥ, ମାନ୍ୟବର ବିଧାୟକ ଧରମଗଡ଼ ଶ୍ରୀସୁଧୀର କୁମାର୍ ପଟ୍ଟଯୋଶୀ, ଶ୍ରୀମତି ସୁଶ୍ରୀ ସଂଗୀତା ପଣ୍ଡା ଅଧ୍ୟକ୍ଷା ପ୍ରଗତି ମହାବିଦ୍ୟାଳୟ ଓ ଡ଼କ୍ଟର ଅଜୟ କୁମାର ପଣ୍ଡା ସଂପାଦକ ପ୍ରଗତି ମହାବିଦ୍ୟାଳୟ ପ୍ରମୁଖ ଉପସ୍ଥିତ ଥିଲେ। ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହା ପରେ ମହାବିଦ୍ୟାଳୟର ସଂପାଦକ ଡକ୍ଟର ଅଜୟ କୁମାର ପଣ୍ଡା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଅଭାବୀ ପରିବାରର ଶିଶୁ ମାନଙ୍କୁ ବ୍ରାଇଟ ଯୋଜନା ମାଧ୍ୟମରେ ମାଗଣାରେ ପାଠ୍ୟ ଉପକରଣ ବିତରଣ କରିବା ସହ ଟପର ଛାତ୍ର ଛାତ୍ରୀଙ୍କୁ ଉପଢ଼କନ୍ ସହ ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବିଭିନ୍ନ ବିଭାଗରେ କୃତିତ୍ୱ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିବା ପରେ, ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ଥିବା ସମୟରେ ଝିପି ଝିପି ବର୍ଷା ହେବା ସ୍ୱତେ ଅଭିଭାବକ ନିଜ ଶିଶୁର କଳା ପ୍ରତିଭାକୁ ଦେଖିବା ପାଇଁ ଅପେକ୍ଷା କରିଥିଲେ।